କରୋନା ଇଫେକ୍ଟ : ପ୍ରଭାବିତ ହୋଇପାରେ ୩୪୮ ମିଲିୟନ୍‌ ଡଲାର କାରବାର ଅର୍ଥବ୍ୟବସ୍ଥା ମୁହାଁଉଛି ମାନ୍ଦାବସ୍ଥା ଆଡକୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଭାଇରସ୍‌ କାରଣରୁ ବିଶ୍ୱ ଏବେ ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତିକରୁଛି । ଏଏଫପିର ରିପୋର୍ଟ ଅନୁସାରେ ବିଶ୍ୱରେ ପାଖାପାଖି ୩୫ ଦେଶର ୯୦କୋଟିରୁ ଅଧିକ ଲୋକ ସାମାଜିକ ଦୂରତ୍ୱ ବନାଇ ରଖିଛନ୍ତି । ୟୁନାଇଟେଡ୍‌ ନେସନ୍ସ କନଫରେନ୍ସ ଅନ୍‌ ଟ୍ରେଡ୍‌ ଆନ୍ଦ ଡେଭଲପମେଣ୍ଟ (ୟୁଏନସିଟିଏଡି)ରିପୋର୍ଟ ଅନୁସାରେ ବିଶ୍ୱସ୍ତରରେ କରୋନା ଭାଇରସ୍‌ କାରଣରୁ ୨୦୨୦ ବର୍ଷରେ ଅର୍ଥ ବ୍ୟବସ୍ଥାକୁ ୧ ରୁ ୨ ଟି୍ରଲିୟନ୍‌ ଡଲାରର କ୍ଷତି ହୋଇପାରେ । ସେହିପରି ଭାରତରେ ୩୪୮ ମିଲିୟନ୍‌ ଡଲାରର କାରବାର ପ୍ରଭାବିତ ହୋଇପାରେ ।
ଭାରତର ମୋଟ୍‌ କର୍ମସଂଖ୍ୟାର ୯୩ ପ୍ରତିଶତ ଅର୍ଥାତ୍‌ ପାଖାପାଖି ୪୦୦ ମିଲିୟନ୍‌ ଲୋକ ମୁଖ୍ୟତଃ ଅସ୍ଥାୟୀ ସେକ୍ଟରରେ କାମ କରିଥାନ୍ତି । ଅନ୍ୟପଟେ ୯୩ ମିଲିୟନ୍‌ ଲୋକଙ୍କୁ ଋତୁଭିତ୍ତିକ ରୋଜଗାର ମିଳିଥାଏ । ଏହିସବୁ କର୍ମଚାରୀ, ଶ୍ରମିକ, କରୋନା ଭାଇରସ୍‌ କାରଣରୁ ବଡ଼ କ୍ଷତିର ସମ୍ମୁଖିନ ହେଉଛନ୍ତି । ଆଗକୁ ମଧ୍ୟ ହେବାର ବଡ଼ ସମ୍ଭାବନା ଅଛି । ଜିନ୍ଦଲ ଗ୍ଲୋବାଲ ଲ’ ସ୍କୁଲର ରିପୋର୍ଟ ଅନୁସାରେ ଭାରତରେ ଅସ୍ଥାୟୀ ରୋଜଗାର କଥା କୁହାଗଲେ ୭୫ ପ୍ରତିଶତ ଲୋକ ରିକ୍ସା, ବଢେଇ, ମିସ୍ତ୍ରୀ ଆଦି କାମ କରିଥାନ୍ତି । ଏମାନଙ୍କୁ ଦରମା ମିଶା ଛୁଟି, ଡାକ୍ତରୀ ସୁବିଧା ଆଦି ମିଳିନଥାଏ ।
ବିଶେଷଜ୍ଞଙ୍କ କହିବା ଅନୁସାରେ କରୋନା ଭାଇରସ୍‌ କାରଣରୁ ଦୈନିକ ମଜୁରୀ କରି ପରିବାର ପୋଷୁଥିବା ବ୍ୟକ୍ତିଙ୍କୁ ଏବେ ସବୁଠୁ ଅଧିକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସହରାଞ୍ଚଳରେ ପାଖାପାଖି ୨୫ ରୁ ୩୦ ପ୍ରତିଶତ ଲୋକ ଦୈନିକ ମଜୁରୀ ଉପରେ ନିର୍ଭର କରିଥାନ୍ତି ।
ଭାରତର ଅଭିବୃଦ୍ଧିର ମୁଖ୍ୟ ଇଞ୍ଜିନ୍‌ ହେଉଛି ଏମ୍‌ଏସଏମଇ କ୍ଷେତ୍ର । ଏହି କ୍ଷେତ୍ର ୧୮୦ ମିଲିୟନ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଏହାର ୧୧୮୩ ବିଲିୟନ୍‌ ଡଲାର କାରବାର ଅର୍ଥ ବ୍ୟବସ୍ଥାକୁ ବେଗ ଦେଇଥାଏ । ବର୍ତ୍ତମାନ କରୋନା ଏହି କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଛି ।
୧. ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଅଫ୍‌ ଇନ୍ଦିଆ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ରେଷ୍ଟୁରାଣ୍ଟ ବନ୍ଦ ରହିବାର ସୂଚନା ଦେଇଛି । ଏହି କାରଣରୁ ରେଷ୍ଟୁରାଣ୍ଟରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ବିନା ଦରମାରେ ଘରକୁ ପଠାଯାଇଛି ।
୨. ଇଭେଣ୍ଟ ଆନ୍ଦ ଏଣ୍ଟରଟେନମେଣ୍ଟ ମ୍ୟାନେଜମେଣ୍ଟ ଆସୋସିଏସନ୍‌ ରିପୋର୍ଟ ଅନୁସାରେ କରୋନା କାରଣରୁ ବର୍ତ୍ତମାନ ସବୁ କାର୍ଯ୍ୟକ୍ରମ ବନ୍ଦ ରହିଛି । ଏହାଦ୍ୱାରା ୩ହଜାର କୋଟିର ବ୍ୟବସାୟ ପ୍ରଭାବିତ ହେଉଛି ।
୩. ଓଲା , ଉବେର ଭଳି ଆପ୍‌ ବେସଡ୍‌ କ୍ୟାବ୍‌ ଅପରେଟର୍ସଙ୍କ କହିବା ଅନୁସାରେ ବର୍ତ୍ତମାନ ରାଇଡ୍‌ ଡିମାନ୍ଦ ୫୦ ପ୍ରତିଶତ କମିଛି ।
ବର୍ତ୍ତମାନ ଭାରତୀୟ ଅର୍ଥନୀତି ମନ୍ଥର ଅବସ୍ଥା ଦେଇ ଗତିକରୁଛି । ଯଦି କରୋନା ଭାଇରସକୁ ନେଇ ବର୍ତ୍ତମାନର ପରିସ୍ଥିତି ଆଗକୁ ଜାରି ରହେ ତେବେ ଭାରତୀୟ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମାନ୍ଦାବସ୍ଥାକୁ ଚାଲିଯିବ ଏଥିରେ କୌଣସି ସନେ୍ଦହ ନାହିଁ । ଜାତୀୟ ପରିସଂଖ୍ୟନ ସଙ୍ଗଠନର ରିପୋର୍ଟ ଅନୁସାରେ ୨୦୧୯-୨୦ରେ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତ ରହିପାରେ । ଯାହା ଗତ ୧୧ବର୍ଷରେ ସବୁଠୁ ଖରାପ ସ୍ତର ଅଟେ । ଅନ୍ୟପଟେ ବେକାରୀ ଦର ବର୍ତ୍ତମାନ ୪୫ ବର୍ଷରେ ସବୁଠୁ ଖରାପ ସ୍ଥିତିରେ ଅଛି । ୨୦୧୬ ନୋଟବନ୍ଦୀ ଏବଂ ଜିଏସ୍‌ଟି ଲାଗୁ ହେବା ପରେ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରିବା ଆରମ୍ଭ କରିଥିଲା ବେଳେ ଏଥିରେ ସୁଧାର ଆସିନାହିଁ । ସରକାରଙ୍କ ପକ୍ଷରୁ ଅର୍ଥନୀତିକୁ ବେଗ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ବେଳେ କରୋନା ଏହିସବୁ ଉଦ୍ୟମକୁ ପନ୍ଦ କରିପାରେ । ତେଣୁ ଆଗାମୀ ଦିନରେ ଅର୍ଥନୀତି ଆହୁରି ଅଧିକ ଜଟିଳ ସ୍ଥିତିକୁ ଯିବ ଏଥିରେ କୌଣସି ସନେ୍ଦହ ନାହିଁ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*