କଂଗ୍ରେସର ଦାମ ଭାଇ ସୁର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଜଣେ ବରିଷ୍ଠ ନାଗରିକ ପିତୃତ୍ୱ ଲାଭ କଲେ । ଏଥିପାଇଁ ନେତାମାନଙ୍କର ବିବୃତି ବା ମନ୍ତବ୍ୟ ଆବଶ୍ୟକ କି? ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ ପାରିବାରିକ ପ୍ରସଙ୍ଗ ଉପରେ ଅନ୍ୟ କୋଉ ନେତା ବା ଜନତାଙ୍କ ପ୍ରତିକ୍ରିୟା ନେବା ପାଇଁ ଆମ ସାମ୍ବାଦିକମାନେ ଏତେ ବ୍ୟଗ୍ର କାହିଁକି ଯେ?
ଆମ ଭାଇମାନେ ଯେମିତି, ଇଏ ନେତାମାନେ ମଧ୍ୟ ସେମିତି ।
ଏବେ ଆଉ ଦାମ ଭାଇଙ୍କ କ୍ରେଜ୍‌ ନାହିଁ । ଆଗରୁ ପ୍ରତି କଥାରେ ଆମ ଭାଇମାନେ ଛତାବାଡ଼ି ଧରି ଧାଇଁ ଯାଉଥିଲେ ଦାମ ଭାଇଙ୍କ ଘରକୁ । ଦାମ ଭାଇ ସବ୍‌ ଜାନ୍‌ତା ନେତା । ଏରୋପ୍ଲେନ୍‌ ଠାରୁ ଆରମ୍ଭ କରି ଆବୋରେସନ୍‌ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ କେବଳ ଦାମ ଭାଇ ହିଁ ମନ୍ତବ୍ୟ ଦେଇପାରିବେ । ଏହାକୁ ମନୋରଞ୍ଜନ ଧର୍ମୀ ବିବୃତି ବୋଲି ଅନେକେ ଧରି ନେଇଥିଲେ ।
ଲୁହାକୁ ଦେଖି ପାଣି ଦେଲା ଭଳି ଦାମ ଭାଇ କେତେବେଳେ ମୁଖିଆଙ୍କୁ ଶୋଧୁଥିଲେ ତ ଆଉ କେତେବେଳେ ପୁତ୍ର ମୁହଁକୁ ଚାହିଁ ପ୍ରଶଂସାରେ ପୋତି ପକଉ ଥିଲେ । ଏବେ କ’ଣ ହେଇଚି କେଜାଣି ଆଉ ତାଙ୍କର ସେ ପୂର୍ବ କ୍ରେଜ୍‌ ନାହିଁ । ଆମ ଭାଇମାନେ ଆଉ ଆଗ ପରି ତାଙ୍କ ପାଖକୁ ଧାଇଁ ଯାଉନାହାଁନ୍ତି । ଦାମ ଭାଇ ବୋଧେ ଆଉ ଏଣ୍ଟରଟେନ୍‌ କରିପାରୁନାହାଁନ୍ତି । କିମ୍ବା ତାଙ୍କ କଥା ଦର୍ଶକଙ୍କ ମନକୁ ପାଉ ନାହିଁ ।
ଦାମ ଭାଇଙ୍କ ଜାଗା ଏବେ ନେଇଚନ୍ତି ଦି’ ଜଣ । ସୁର ଭାଇ ଓ ଭାଲୁ ଭାଇ । ଦି’ ଜଣ ଯାକ ହାତ ଦଳର । ତେବେ ସୁର ଭାଇଙ୍କ କ୍ରେଜ୍‌ ବଢିଚି । ଏବେ ସେ ସବୁ କଥାରେ କିଛି ନା କିଛି ରେଡିମାର୍କା ମନ୍ତବ୍ୟ ଦେଇପାରୁଚନ୍ତି । ତେଣୁ ଆମ ଭାଇମାନେ ବୁମ୍‌ଟୁମ୍‌ ଧରି ଯେକୌଣସି ପ୍ରସଙ୍ଗରେ ବାଇଟ୍‌ ନବାକୁ ଧାଉଁଚନ୍ତି ସୁର ଭାଇଙ୍କ ପାଖକୁ ।
ସୁର ଭାଇ ବି ରେ‡ି । ଅନୁଭବ-ବର୍ଷା ବିବାଦ ହେଉ କି ଶତପଥୀଙ୍କ କନ୍ୟା ଲାଭ ପ୍ରସଙ୍ଗ ହେଉ ସବୁଥିରେ ତାଙ୍କୁ ଖୋଜୁଚନ୍ତି ମିଡ଼ିଆବାଲା । ସେ କୁଆଡ଼େ ଏବେ ଦର୍ଶକଙ୍କୁ ଯାତ୍ରା କଳାକାରଙ୍କ ପରି ବେଶୀ ଏଣ୍ଟରଟେନ୍‌ କରୁଚନ୍ତି । ଭାଲୁ ଭାଇ ଏଯାଏଁ ଏତେ ତଳକୁ ଖସି ନାହାଁନ୍ତି ।
ତେବେ ସୁର ଭାଇଙ୍କୁ ଆମର ମାଗଣା ପ୍ରସ୍ତାବ । ଦାମ ଭାଇ ଯେମିତି ଓଜନ ହରେଇଲେ, ସେମିତି ସବୁ କଥାରେ ମନ୍ତବ୍ୟ ଦେଇ ଶୀଘ୍ର ଯେମିତି ସିୟେ ଅଲୋଡ଼ା ହେଇ ନଯାଆନ୍ତୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*