ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସ୍ଥାନୀୟ ଖାନନଗରସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିସରରେ ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘ ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ସଭାପତି ତଥା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ପୌରସଂସ୍ଥାରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ଦୟନୀୟ ଅବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ।

କେବଳ କଟକ କି ଭୁବନେଶ୍ୱରରେ ନୁହେଁ ରାଜ୍ୟର ସମସ୍ତ ପୌରସଂସ୍ଥାରେ ଏଭଳି ସମସ୍ୟା ରହିଥିବା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଏମ୍‌ସି ମେୟର ମୀନାକ୍ଷୀ ବେହେରା, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, କଟକ ମହାନଗର ନିଗମ ଅସ୍ଥାୟୀ କର୍ମଚାରୀ ସଂଘ ସଭାପତି ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ସମ୍ପାଦକ ବ୍ରହ୍ମାନନ୍ଦ ଆଚାର୍ଯ୍ୟ, କାର୍ଯ୍ୟକାରୀ ସମ୍ପାଦକ ଅମର ନାୟକ ଏବଂ ଡି. ସୂର୍ଯ୍ୟ ପ୍ରକାଶ ରାଓ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅସ୍ଥାୟୀ ପୌର କର୍ମଚାରୀଙ୍କ ଚାକିରି ନିୟମିତ କରାଯାଉ ନ ଥିବାରୁ କର୍ମଚାରୀମାନେ କ୍ଷୋଭ ପ୍ରକାଶ କରିଥିଲେ । ଗତ ୧୯୯୩ ମସିହା ଏପ୍ରିଲ ୧୨ତାରିଖ ପରେ ନିୟୋଜିତ ହୋଇଥିବା ପ୍ରାୟ ୩୯୦୦ ଅସ୍ଥାୟୀ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି । କେବଳ ସରକାରୀ ଅବହେଳା ତଥା ପକ୍ଷପାତିତା ଯୋଗୁଁ କର୍ମଚାରୀମାନେ ଏଭଳି ଦୟନୀୟ ଅବସ୍ତାରେ ରହିଥିବା ବୈଠକରେ ଅଭିଯୋଗ ହୋଇଥିଲା । ତେବେ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ସଭାପତି ତଥା ବିଧାୟକ ଶ୍ରୀ ବିଶ୍ୱାଳ ପ୍ରତିଶ୍ରୁତି ଦେଇଥିଲେ । ସାଧାରଣ ସମ୍ପାଦକ ରଶ୍ମୀରଞ୍ଜନ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*