ଓଡ଼ିଶା ଏଫ୍‌ସି ଆରମ୍ଭ କଲା ନିଜ ତୃଣମୂଳ ଫୁଟବଲ ବିକାଶ କାର୍ଯ୍ୟକ୍ରମ ଗ୍ରାସରୁଟ୍‌ ପାର୍ଟନର ବନିଲା ସାଇ ଇଣ୍ଟରନ୍ୟାସନାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶାର ପ୍ରଥମ ଆଇଏସଏଲ୍‌ କ୍ଳବ୍‌ ଭାବରେ ପରିଚିତ ପାଇଥିବା ଓଡ଼ିଶା ଏଫସି ସୋମବାର ଦିନ ରାଜ୍ୟରେ ନିଜର ତୃଣମୂଳ ବିକାଶ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛି । ଉଦ୍‌ଘାଟନୀ ସମାରୋହ ସ୍ଥାନୀୟ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ବିଶାଳ ଦେବ, ଆଇଏସଏଲ୍‌ସିଇଓ ମାର୍ଟିନ ବେନ ଏବଂ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତ ବିଜୟ କୁମାର ସାହୁ ଅତିଥି ଭାବରେ ଏହି ଉତ୍ସବରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଏଫସିର ମାଲିକ ରୋହନ ଶର୍ମା, ସିଇଓ ଆଶିଷ ସାହା ଏବଂ ମୁଖ୍ୟକୋଚ୍‌ ଜୋଶେଫ ଗୋମ୍ବାଉ ମଧ୍ୟ ସାମିଲ ହୋଇଥିଲେ ଏଥିରେ । ରାଜ୍ୟର ବିଭିନ୍ନ ଭାଗରୁ ପ୍ରାୟ ୧୦୦ଟି ସ୍କୁଲର କ୍ରୀଡ଼ା ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆସନ୍ତା ୫ ବର୍ଷ ସକାଶେ ଓଡ଼ିଶା ଏଫସିର ତୃଣମୂଳ କାର୍ଯ୍ୟକ୍ରମ ସହାୟକ ଭାବରେ ସାଇ ଇଣ୍ଟରନ୍ୟାସନାଲକୁ ଘୋଷଣା କରାଯାଇଥିଲା । ଏହି ତୃଣମୂଳ ବିକାଶ କାର୍ଯ୍ୟକ୍ରମ ଅଧିନରେ ଫୁଟବଲ ଉତ୍ସବ, ବିଭିନ୍ନ ସାହିରେ ପ୍ରତିଯୋଗିତାର ଆୟୋଜନ ଏବଂ କୋଚ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ସୋମବାରର ଉତ୍ସବରେ ନିଜ ପ୍ରତିକି୍ରୟା ଦେଇ କ୍ରୀଡ଼ା ସଚିବ କହିଥିଲେ ଗତ ୩ ବର୍ଷ ଧରି ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ପାଇଁ ଆରମ୍ଭ ହୋଇଥିବା ଆରମ୍ଭ ଯାତ୍ରା ବଡ଼ ଉତ୍ସାହପ୍ରଦ ରହିଛି । ଓଡ଼ିଶା ଏଫସିର ତୃଣମୂଳ ବିକାଶ କାର୍ଯ୍ୟକ୍ରମ ରାଜ୍ୟର ଯୁବ ପ୍ରତିଭାଙ୍କୁ ବିକଶିତ ହେବାର ସୁଯୋଗ ଦେବ ବୋଲି ବିଶ୍ୱାସ ରହିଥିବା ସେ ବତାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*