ଓଡ଼ିଶାରେ ହିିନ୍ଦୁସ୍ଥାନ ନିର୍ମାଣ ଦଳ ପ୍ରତିଷ୍ଠା ମୋଦୀଙ୍କ ବିରୋଧରେ ଗର୍ଜିଲେ ତୋଗାଡିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ
ଓଡିଶାରେ ହିନ୍ଦୁସ୍ଥାନ ନିର୍ମାଣ ଦଳର ଶୁଭାରମ୍ଭ ଅବସରରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ହିନ୍ଦୁବାଦୀ ନେତା ତଥା ଆନ୍ତର୍ଜାତିକ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡିଆ କହିଥିଲେ ଯେ, ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଦେଶରେ ଗରିବୀ ଓ ବେକାରୀ ବଢିଛି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ସମୟରେ ଦେଶରୁ ଗରିବୀ ହଟାଇବା ସହ ୨ କୋଟି ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ରଖିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିପରି ଏନଡିଏ ସରକାର ସମୟରେ କାଶ୍ମୀର ଅଶାନ୍ତ ହୋଇପଡିିଛି, ଯବାନମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ । ଜିଏସଟି ବିମୁଦ୍ରାୟନ ପାଇଁ ଦେଶର ଅର୍ଥନୀତି ବିଗିଡିଯାଇଛି ବୋଲି ଶ୍ରୀ ତୋଗାଡିଆ କହିଥିଲେ । ରାମମନ୍ଦିର ନିର୍ମାଣ ପାଇଁ ମୋଦୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ସାକାର କରିପାରିନାହାନ୍ତି । ତାଙ୍କ ଦଳ ସରକାରକୁ ଆସିଲେ ବେକାରୀ ଦୂରୀକରଣ ଉପରେ ଗୁରୁତ୍ୱ ଦେବ ବୋଲି ସେ କହିଥିଲେ । ସେହିପରି ଚାଷୀ ଉତ୍ପାଦନ କରୁଥିବା ଫସଲର ମୂଲ୍ୟ ସରକାର ନିର୍ଦ୍ଧାରଣ କରିବା ପରିବର୍ତ୍ତେ ଚାଷୀମାନେ ନିର୍ଦ୍ଧାରଣ କରିବା ଉଚିତ ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ହିନ୍ଦୁସ୍ଥାନ ନିର୍ମାଣ ଦଳର ରାଜ୍ୟ ସଭାପତି ଭାବେ ବିଶ୍ୱରଂଜନ ଜେଠୀ, ସାଧାରଣ ସଂପାଦକ ଭାବେ ଦୀପକ ମହନ୍ତଙ୍କ ସମେତ ୨୫ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*