ଓହରିଗଲେ ୩୦୦ ନର୍ସିଂହୋମ୍‌ ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଚଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ ଏପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ସରକାର ଆୟୁଷ୍ମାନ୍‌ ଭାରତ ଯୋଜନା ଲାଗୁ କଲେ ନାହିଁ । କେବଳ ଜିଦ୍‌ ଓ କ୍ଷମତାର ଅହଂକାର । କେନ୍ଦ୍ରୀୟ ଯୋଜନା ଲାଗୁ ହୋଇଥିଲେ, ଦୋହରା ଫାଇଦା ପାଇଥାନ୍ତେ ଓଡ଼ିଶାର ଗରିବ ଲୋକ । ମାତ୍ର ନବୀନ ସରକାର ଅଟକି ଗଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଖରେ । ଏବେ ୩୦୦ଟି ଘରୋଇ ନର୍ସିଂହୋମ୍‌ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଗ୍ରହଣ କରିବେ ନାହିଁ ବୋଲି ସରକାରଙ୍କୁ ଲିଖିତ ଭାବେ ଜଣାଇ ଦେଲେ । ଏହି କାର୍ଡ଼ଧାରୀ ଓଡ଼ିଆ ବଡ଼ବଡ଼ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ସୁବିଧା ପାଉନାହାନ୍ତି । ଏବେ ନର୍ସିଂହୋମ୍‌ଗୁଡ଼ିକ ମଧ୍ୟ ମୁହଁ ଫେରାଇ ନେଇଛନ୍ତି ଏହି ଯୋଜନା ଆଡ଼ୁ । ଏହା ସରକାରଙ୍କ ରାଜନୀତି ପ୍ରେରିତ ଯୋଜନାର ଫଳ ବୋଲି ବିଚାର କରାଯାଉଛି ।
ଗତବର୍ଷ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । କେନ୍ଦ୍ର ସରକାର ମୋଦୀ କେୟାର୍‌ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସେତେବେଳକୁ ସୂଚନା ଦେଇସାରିଥିଲେ । ଆଗୁଆ ନିର୍ବାଚନ ଫାଇଦା ନେବା ନିମନ୍ତେ ଅତି ତରବରିଆ ଭାବେ ବିଜୁ ଜନତା ଦଳ ସରକାର ନିଜ ଆଡ଼ୁ ବିଜୁଙ୍କ ନାମରେ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଦେଲେ । ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ଥିଲା- ସୁସ୍ଥ ଓଡ଼ିଶା- ସୁଖୀ ଓଡ଼ିଶା । ଏକ ସମୃଦ୍ଧ ଏବଂ ଶକ୍ତିଶାଳୀ ରାଜ୍ୟ ଗଠନ ପାଇଁ ଆମେ ପ୍ରଚେଷ୍ଟା ଚଳାଇଯିବୁ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ବଡ଼ବଡ଼ କଥା ବଡ଼ବଡ଼ ସ୍ଲୋଗାନ । ବିରାଟ ବିରାଟ ବିଜ୍ଞାପନ ଏବଂ ରାଜନୈତିକ ପ୍ରଚାର । ସେହିବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍‌ ବ୍ୟବସ୍ଥା ଥାଇ ଆରମ୍ଭ କଲେ ଆୟୁଷ୍ମାନ୍‌ ଭାରତ ଯୋଜନା । କିନ୍ତୁ ନବୀନ ସରକାର ଓଡ଼ିଶାରେ ଏହାକୁ ଲାଗୁ କରିବାକୁ ମନା କରିଦେଲେ । ସରକାରଙ୍କର ଯୁକ୍ତି ଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ର ଯୋଜନା ଠାରୁ ଭଲ । ଆମେ ସମସ୍ତଙ୍କୁ କଭର କରୁଛୁ । କିନ୍ତୁ କେନ୍ଦ୍ରୀୟ ଯୋଜନାରେ ସମସ୍ତେ ସାମିଲ ନୁହଁନ୍ତି । କିନ୍ତୁ ବର୍ଷକ ଭିତରେ ଏହି ଯୋଜନା ଓ ସରକାରୀ ସ୍ଲୋଗାନ ଫମ୍ପା ବୋଲି ବାରମ୍ବାର ପ୍ରମାଣିତ ହେଲା । ଏବେ ୩୦୦ ନର୍ସିଂହୋମ୍‌ ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଜଣାଇ ଦେଇଛନ୍ତି । ଏମାନଙ୍କୁ ରାଜ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*