ଉଡ଼ନ୍ତା ପୋଲ ମରାମତି ପାଇଁ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାଲେଶ୍ୱର

ଓଡ଼ନ୍ତା ପୋଲ ସୁରକ୍ଷା ପାଇଁ ଦୀର୍ଘ ଦିନର ଦାବି ପରେ ସିଭିଲ୍ ସୋସାଇଟିର କର୍ମକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସହ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ଥାନୀୟ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟି ଉଡ଼ନ୍ତା ପୋଲ ମରାମତିରେ ବିଭାଗୀୟ ଅବହେଳା ସମ୍ପର୍କରେ ଅବଗତ କରିଥିଲେ । ଓଡ଼ନ୍ତା ପୋଲ ସୁରକ୍ଷା ପାଇଁ ଦୀର୍ଘ ଦିନ ଧରି ସିଭିଲ୍ ସୋସାଇଟି ତରଫରୁ ବହୁ ଆନେ୍ଦାଳନ ହେବା ପରେ ସରକାର ପ୍ରଥମ ପର୍ଯ୍ୟାୟରେ ୪ କୋଟି ୯୩ ଲକ୍ଷ ୨୫ ହଜାର ମରାମତି ଟଙ୍କା ମଞ୍ଜୁର କରିଛନ୍ତି ଓ ତାହା କାର୍ଯ୍ୟକାରୀ କରିବା ପାଇଁ ହର୍କୁଲାସ ଇନ୍ଦିଆକୁ କାର୍ଯ୍ୟାଦେଶ ଦେଇଛନ୍ତି । ମାତ୍ର ତାହା କାର୍ଯ୍ୟକାରୀ ନ ହେବାରୁ ସିଭିଲ୍ ସୋସାଇଟି ତରଫରୁ ଗତ ତା ୦୬-୦୯-୨୦୧୯ ରିଖରେ ସୁପରିଟେନେ୍ଦଣ୍ଟ୍ ଇଞ୍ଜିନିୟରଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିବା ପରେ ସେ ତୁରନ୍ତ ଜିଲ୍ଲାପାଳଙ୍କୁ ପୋଲ ତଳଜାଗାକୁ ଅବରୋଧମୁକ୍ତ କାମ ଅବିଳମ୍ବେ ହେବ ବୋଲି ଜଣାଇଥିଲେ । ମାତ୍ର ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ନହେବାରୁ ସିଭିଲ୍ ସୋସାଇଟି ତରଫରୁ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସର୍କିଟ୍ ହାଉସରେ ଭେଟି ଆଲୋଚନା କରିଥିଲେ । ଆଲୋଚନାରେ ମନ୍ତ୍ରୀ ସମସ୍ତ ବିଷୟ ପ୍ରତି ଗୁରୁତ୍ୱ ଦେଇ ଅବିଳମ୍ବେ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ସାଙ୍ଗକୁ ପୋଲ ତଳକୁ ଅବରୋଧମୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ନିଦେ୍ର୍ଦଶ ଦେବା ସହ ଓଡ଼ନ୍ତା ପୋଲର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସଦସ୍ୟମାନଙ୍କୁ ଜଣାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*