ଉଠା ଦୋକାନୀ ବି ଅଣସଂଗଠିତ ଶ୍ରମିକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ
ବାଲେଶ୍ୱର

ଓଡ଼ିଶା ପଥ ବିକ୍ରେତା ସଂଘ ଓ ନ୍ୟାସନାଲ ହକର ଫେଡ଼େରେସନ ମିଳିତ ସହଯୋଗରେ ଏକ ସଚେତନତା କର୍ମଶାଳା ଷ୍ଟେସନଛକଠାରେ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଅଣ ସଂଗଠିତ କ୍ଷେତ୍ରରେ ପଥ ବିକ୍ରେତା ଓ ଉଠା ଦୋକାନୀଙ୍କ ପାଇଁ ଶ୍ରମ ଆଇନ ଭିତ୍ତିରେ ପଞ୍ଜୀକରଣ ସହ ସାମାଜିକ ନିରାପତ୍ତା ସମ୍ପର୍କରେ ସଚେତନ କରାଯାଇଥିଲା ।
ବାଲେଶ୍ୱର ଜିଲ୍ଲା ଶ୍ରମ ଅଧିକାରୀ କୁବେର ବେହେରା ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ସହ ସାମାଜିକ ସୁରକ୍ଷା ପାଇଁ ପଥ ବିକ୍ରେତା ଓ ଉଠା ଦୋକାନୀମାନେ ଅସଂଗଠିତ ଶ୍ରମିକ ଭାବେ ପଞ୍ଜୀକରଣ ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଶ୍ରମ ବିଭାଗ ନିକଟରେ ପଞ୍ଜୀକୃତ ହେବା ପରେ ସମସ୍ତଙ୍କୁ ସ୍ୱାସ୍ଥ୍ୟବୀମା, ଦୁର୍ଘଟଣାଜନିତ କ୍ଷତିପୂରଣ, ମୃତୁ୍ୟକାଳୀନ କ୍ଷତିପୂରଣ ÷ଆଦି ସରକାରୀ ସୁବିଧା ମିଳିବ ବୋଲି ଶ୍ରୀ ବେହେରା କହିଥିଲେ । ଜିଲ୍ଲା ଶିଶୁ ଶ୍ରମିକ ପ୍ରତିରୋଧ କ୍ଷେତ୍ର ଅଧିକାରୀ ତନ୍ମୟ ବିଶ୍ୱାଳ, ନ୍ୟାସନାଲ ହକର ଫେଡ଼େରେସନର ଅତିରିକ୍ତ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପଥ ବିକ୍ରେତା ସଂଘ ସଭାପତି ଜୟନ୍ତ ଦାସ ପ୍ରମୁଖ ଏହି କର୍ମଶାଳାରେ ଯୋଗଦେଇ ଉଠା ଦୋକାନୀ ଓ ପଥ ବିକ୍ରେତାଙ୍କ ସାମାଜିକ ସୁରକ୍ଷା ତଥା ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ ।
ଉଠା ଦୋକାନୀ ସଂଘର କର୍ମକର୍ତ୍ତା ଆବିଦ୍ ଖାଁ ଏହି କର୍ମଶାଳାରେ ପୌରୋହିତ୍ୟ କରିଥିଲେ । ପ୍ରତିବର୍ଷ ଭଳି ଆସନ୍ତା ୨୩ ତାରିଖ ଦିନ ଉଠା ଦୋକାନୀ ସଂଘ ପକ୍ଷରୁ ସାଇକେଲ୍ ଓ ମୋଟର ସାଇକେଲ ଶୋଭାଯାତ୍ରା ବାହାରିବା ସହ ୨୫ ତାରିଖ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଠା ଦୋକାନ ଉଚ୍ଛେଦ ବିରୋଧୀ ବିକ୍ଷୋଭ ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*