ଇଟାଲିରେ ଫଶିଛନ୍ତି ଶ୍ୱେତା|ଭିଡ଼ିଓରେ ବତାଇଲେ କରୋନା କେତେ ଭୟଙ୍କର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କରୋନା ଭାଇରସ୍‌ ଆତଙ୍କ ଭାରତ ସମେତ ବିଶ୍ୱର ପ୍ରତିଟି ଦେଶରେ ଦେଖିବାକୁ ମିଳୁଛି । ଏବେ ୨୧ଦିନ ଧରି ଭାରତ ଲକଡାଉନ୍‌ । ଆଉ ଏହି ପରିସ୍ଥିତିରେ ଇଟାଲୀରେ ଫଶି ରହିଥିବା କଣ୍ଠଶିଳ୍ପୀ ଶ୍ୱେତା ପନ୍ଦିତଙ୍କ ଏକ ଭିଡିଓ ଆସିଛି ସାମ୍ନାକୁ । ଏଥିରେ ସେ ଇଟାଲିରେ ସମ୍ମୁଖିନ ହେଉଥିବା ସମସ୍ୟାକୁ ବର୍ଣ୍ଣନା କରିଛନ୍ତି ।
ଗତ ଏକମାସ ଧରି ହୋଟେଲର ଏକ କଠୋରିରେ ବନ୍ଦୀ ଜୀବନ କାଟୁଥିବା ଶ୍ୱେତା କହିଛନ୍ତି ଯେ, ମୁଁ ଗତ ଏକ ସପ୍ତାହ ଧରି ରୁମରୁ ବାହାକୁ ବାହାରି ନାହିଁ । ଥନ୍ଦା, ଜ୍ୱର ହେବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲି, ସେ ରୁମ୍‌ରେ ଏକୁଟିଆ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏବେ ଇଟାଲିର ଖବର ମୋ ନିକଟକୁ ଆସୁଛି । ସକାଳୁ ଆମ୍ବୁଲାନ୍ସର ସାଇରନ୍‌ରେ ଭାଙ୍ଗୁଛି ନିଦ । ମୁଁ ମୋ ଭଲମନ୍ଦ ବୁଝିବା ପାଇଁ ଭାରତରୁ ଫୋନ୍‌ ଆସୁଛି ସତ ହେଲେ ମୁଁ କେବେ ଭାରତ ଫେରିବି ତାହା ମୁଁ ଜାଣିନାହିଁ । କରୋନା ସଂକ୍ରମଣ ସମ୍ପର୍କରେ ଏଠାରେ ବିଳମ୍ବରେ ଲୋକେ ଜାଣିପାରୁଛନ୍ତି, ଯେଉଁ କାରଣରୁ ସଂକ୍ରମିତ ହେବାର ବିଷୟ ଜାଣିବା ବିଳମ୍ବ ହେଉଛି । ଆଉ ଗଦା ଗଦା ହୋଇ ପଡିରହୁଛି ଶବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*