ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ଓଡ଼ିଶା କ୍ରୀଡ଼ାର ସବୁଠାରୁ କ୍ଷମତାଶୀଳ ବ୍ୟକ୍ତି ଭାବେ ପରିଚିତ ତଥା ଓଡ଼ିଶା କ୍ରିକେଟ ସଂଘର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମଙ୍ଗଳବାର ମିଳିଛି ବେଲ୍‌ । ଓଡ଼ିଶା ହାଇକୋର୍ଟ ଆଶୀର୍ବାଦଙ୍କ ଆବେଦନ ଉପରେ ଶୁଣାଣି କରି ତାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି । ଅର୍ଥତତ୍ତ୍ୱ ଚିଟ୍‌ଫନ୍ଦ ସ୍କାମରେ ଜଡ଼ିତ ହେବା ପ୍ରସଙ୍ଗରେ ସିବିଆଇ ପକ୍ଷରୁ ତାଙ୍କୁ ସେପ୍ଟେମ୍ବର ୧୯ ତାରିଖରେ ଗିରଫ କରାଯାଇଥିଲା । ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ୧.୫ ଲକ୍ଷର ୨ଟି ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍‌ ପ୍ରଦାନ କରିଛନ୍ତି । ଏଥି ସହ ତାଙ୍କୁ କୋର୍ଟରେ ନିଜ ପାସପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି । କୌଣସି ପ୍ରକାରରେ ସେ ଯେପରି ତଦନ୍ତ ପ୍ରଭାବିତ କରିବାର କାମ ନ କରନ୍ତି ତାହାର ସର୍ତ୍ତ ମଧ୍ୟ ରଖାଯାଇଛି । ଗତ ସେପ୍ଟେମ୍ବର ୨୩ରେ ତାଙ୍କ ଦେହ ଖରାପ ହେବାରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ତାଙ୍କୁ ଅଣାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେପ୍ଟେମ୍ବର ୨୬ରେ ଚିକିତ୍ସା ଲାଗି ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ ସେ ସେଠାରେ ଚିକିତ୍ସାଧୀନ ଥିଲେ ।
ସୂଚନାଯୋଗ୍ୟ ଓଡ଼ିଶା ରଣଜୀ କ୍ରିକେଟ ଦଳର ପ୍ରାୟୋଜକ ହେବା ପାଇଁ ଅର୍ଥତତ୍ତ୍ୱ ଓ ଓଡ଼ିଶା କ୍ରିକେଟ ଆସୋସିସନ ମଧ୍ୟରେ ୧ କୋଟି ଟଙ୍କାର ଚୁକ୍ତି ହୋଇଥିଲା । ତେବେ ଏ ବାବଦରେ ଅର୍ଥତତ୍ତ୍ୱ ୩ଟି କିସ୍ତିରେ ମୋଟ ୭୫ଲକ୍ଷ ଟଙ୍କା ଦେଇଥିଲା । ସେହିପରି ୨୦୧୧ରେ ଅନୁଷ୍ଠିତ ଓଡ଼ିଶା ପ୍ରିମିୟର ଲିଗ୍(ଓପିଏଲ୍)ର ପ୍ରାୟୋଜକ ଥିଲା ଅର୍ଥତତ୍ତ୍ୱ । ପରବର୍ତ୍ତୀ ସମୟରେ ଏହି ଚିଟ୍ଫନ୍ଦ ସଂସ୍ଥା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବହୁ ଜମାକାରୀଙ୍କ କୋଟିକୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ ସିବିଆଇ କରୁଥିବାବେଳେ ଅର୍ଥତତ୍ତ୍ୱ ସହ ତକ୍ରାଳୀନ ଓଡ଼ିଶା କ୍ରିକେଟ ଆସୋସିଏସନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଲିଙ୍କ୍ ଥିବା ନେଇ ସୂଚନା ମିଳିଥିଲା । ଏ ନେଇ ଆଶୀର୍ବାଦ ବହୁବାର ସିବିଆଇ ଓ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ(ଇଡ଼ି) ପକ୍ଷରୁ ଜେରା କରାଯାଇ ଗିରଫ କରିଥିଲେ । ଆଶୀର୍ବାଦଙ୍କ ପକ୍ଷରୁ ଆଇନଜୀବୀ ପ୍ରଭୁ ପ୍ରସନ୍ନ ବେହେରା ଓ ପ୍ରଣୟ ଦାସ ଏହି ମାମଲା ପରି·ଳନା କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*