ଆଦିତ୍ୟ ମୃତୁ୍ୟ ଘଟଣା ସୁଇସାଇଡ୍ ନୋଟ୍ ଗଲା ଫରେନ୍ସିକ୍‌ ଲ୍ୟାବ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତୁ୍ୟ ରହସ୍ୟ ଉପରୁ ପରଦା ହଟାଇବା ନେଇ ପୁଲିସ ତଦନ୍ତ ଚଳାଇଛି । ଅନ୍ୟ ପଟେ ଆଦିତ୍ୟ ମୃତୁ୍ୟ ଘଟଣାରେ ପପୁଙ୍କ ପାଇଁ ବଢ଼ିଲା ଅଡୁଆ । ସୋମବାର ଦିନ ରେଳବାଇ ଥାନା ପୁଲିସ ପପୁକୁ ୫ ଘଣ୍ଟା ଧରି ମାରାଥନ ଜେରା କରିଛି । ତଦନ୍ତକାରୀ ଅଫିସର ପପୁଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି । ସେହିଭଳି ସେହି ସମୟରେ ଯେଉଁ ସବୁ ଟ୍ରେନ ଯାଇଥିଲା ଡ୍ରାଇଭରମାନଙ୍କୁ ଚିହ୍ନଟ କରିଛି ପୁଲିସ । ସେମାନଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି ଜଣାପଡିଛି । ଅନ୍ୟ ପଟେ ଜିଆର୍ପି ପୁଲିସ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍କୁ ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବ୍କୁ ପଠାଇଛି । ଏହାସହ ତାଙ୍କର ପୂର୍ବ ହାତଲେଖା ଓ ଚେକ୍ ଦସ୍ତଖତକୁ ମଧ୍ୟ ପଠାଯାଇଛି । ଲ୍ୟାବ୍ରେ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ଓ ତାଙ୍କର ଅନ୍ୟ ହାତଲେଖାକୁ ମେଳ କରାଯିବ । ପୁଲିସ ଜବତ କରିଥିବା ଡାଏରୀରେ ୪ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ରହିଛି । ଯେଉଁଥିରେ ତାଙ୍କ ମୃତୁ୍ୟ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଏହାସହ ଟଙ୍କା ନେଣଦେଣ ଓ ଆଶ୍ରମ ସମ୍ପକରେ ଅନେକ କିଛି ଲେଖା ରହିଛି । ସୁଇସାଇଡ୍ ନୋଟ୍କୁ ନେଇ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି, ଡାଏରୀରେ ଲେଖା ଯାଇଥିବା ହସ୍ତାକ୍ଷର ଆଦିତ୍ୟଙ୍କର ଓ ସେ କମ୍ ସମୟରେ ଅନେକ କିଛି ଲେଖିପାରନ୍ତି । ହେଲେ ‘ପିପୁଲ ଫର୍’ ସେବାର ଅନ୍ୟତମ ସଂଗଠକ ମନୋଜ ସିଂ ହସ୍ତାକ୍ଷରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଆଦିତ୍ୟ ବହୁତ ଭଲ କହିପାରେ, ହେଲେ ଲେଖିପାରେ ନାହିଁ । ମାନସିକ ସ୍ଥିତି ଠିକ୍ ନଥିବା ବେଳେ ସେ ୪ପୃଷ୍ଠାର ନୋଟ ଲେଖିବା ସମ୍ଭବ ନୁହେଁ । ତେଣୁ ହସ୍ତାକ୍ଷର ଯାଞ୍ଚ ପରେ ସେ କାହାର ତାହା ସ୍ପଷ୍ଟ ହେବ । ତେଣୁ ବିଦ୍ୟାଶ୍ରୀ ଓ ମନୋଜଙ୍କ କଥାରେ ତାଳମେଳ ରହୁନଥିବାରୁ ଡାଏରୀରେ ଥିବା ହସ୍ତାକ୍ଷର କାହାର, ସେ ନେଇ ନ୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଫରେନ୍ସିକ ଯାଞ୍ଚ ପରେ ଏସବୁ ବିବାଦରୁ ପରଦା ଉଠିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ଆଦିତ୍ୟଙ୍କ ମୃତୁ୍ୟକୁ ନେଇ ରେଳବାଇ ପୁଲିସ ତଦନ୍ତ କରୁଥିବାବେଳେ ଆଦିତ୍ୟଙ୍କ ମୁନ୍ଦରେ ଲାଗିଥିବା ଆଘାତ ଟ୍ରେନ୍ ଧକ୍କାଜନିତ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*