‘ଆତଙ୍କବାଦକୁ ହଟାଇବା ଲାଗି ମୁଁ ଚେଷ୍ଟା କରୁଥିଲା ବେଳେ ମୋତେ ହଟାଇବା ପାଇଁ ଲାଗିଛନ୍ତି ବିରୋଧୀ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ବାଙ୍ଗାଲୋର

ଏକ ବିରାଟ ସାଧାରଣ ସଭାରେ ଭାଷଣ ଦେଲାବେଳେ ଅତ୍ୟନ୍ତ ଦମ୍ଭ ଓ ଉତ୍ସାହର ସହ ନିଜ ବକ୍ତବ୍ୟ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋ ପାଖରେ ୧୨୫ କୋଟି ଦେଶବାସୀଙ୍କ ଆର୍ଶୀବାଦ ଥିବାରୁ ମୁଁ ପାକିସ୍ତାନ କିମ୍ବା ଦୁର୍ନୀତିଗ୍ରସ୍ତ ତଥା ଚୋରମାନଙ୍କୁ ଭୟ କରେ ନାହିଁ । ବିରୋଧୀ ଦଳଗୁଡ଼ିକୁ ଜୋରଦାର ଘେରି ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଆତଙ୍କବାଦକୁ ବିଦା କରିବା ପାଇଁ ଲାଗିଥିଲା ବେଳେ ସେମାନେ ମୋତେ ବିଦା କରିବାକୁ ଏକାଠି ହୋଇଛନ୍ତି । ଆତଙ୍କବାଦ, ଗରିବୀ, ଦୁର୍ନୀତି ଏ ଦେଶରୁ ନିପାତ ହେବା ଦରକାର । ମୁଁ ଏହାକୁ ଟାର୍ଗେଟ କରି କାମ କରୁଛି । ୩୦ ବର୍ଷ ପରେ ଏକ ବହୁମତର ସରକାର କେନ୍ଦ୍ରରେ ଗଠିତ ହୋଇଛି । ତେଣୁ ମୋଦୀ ଅନେକଙ୍କ ସକାଶେ ବ୍ୟଥାର କାରଣ ବନିଛି । ଆଉ ସେଇଥି ସକାଶେ ସେମାନେ ଦିନରାତି ମୋଦି ହଟାଅ କାମରେ ଲାଗି ଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବଡ଼ କଟାକ୍ଷ କରି କହିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜଦଧ ମେଣ୍ଟ ସରକାର ଉପରେ ହମଲା କରି ମୋଦୀ କହିଥିଲେ ବହୁ ସରକାର ନିଜ ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଲାଗୁ କରୁ ନାହାନ୍ତି । ଜଣେ ଗରିବ କୃଷକ ୨୦୦୦ ଟଙ୍କା ପାଇଲେ ମୋଦୀଙ୍କ ନାଁ ରଟିବ ବୋଲି ସେମାନେ ଭାବି ନେଉଛନ୍ତି । ଆମେ ଦେଶସାରାର ଚାଷୀଙ୍କୁ ସହଯୋଗ କରୁଥିଲା ବେଳେ କର୍ଣ୍ଣାଟକ ଚାଷୀଙ୍କୁ କିନ୍ତୁ କରିପାରୁ ନାହୁଁ । ତେଣୁ ଏ ରାଜ୍ୟ ସରକାରକୁ କର୍ଣ୍ଣାଟକର ଚାଷୀ କ୍ଷମା ଦେବେ ନାହିଁ । ବହୁ ନେତା ମୋଦୀ ସିଧାସଳଖ ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ଦେଉଥିବାରୁ ବିରକ୍ତ ହୋଇଛନ୍ତି । ମୁଁ ସେମାନଙ୍କୁ କହିବାକୁ ଚାହେଁ ଚାଷୀ ଓ କେନ୍ଦ୍ର ସହଯୋଗ ମଝିରେ ଆପଣମାନେ ପାଚେରୀ ବନି ଛିଡ଼ା ହୋଇଛନ୍ତି । ହେଲେ ଜାଣିଥାନ୍ତୁ ଚାଷୀମାନେ ସେହି ପାଚେରୀକୁ ଭାଙ୍ଗିଦେବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*