ଆଜି ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ପାକିସ୍ତାନ ପ୍ରସଙ୍ଗ ଆସିବାକୁ ନେଇ ସନ୍ଦେହ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଦୁବାଇ

୨୦୧୯ ବିଶ୍ୱକପ୍‌ ବେଳେ ସୁରକ୍ଷାକୁ ନେଇ ଭାରତର ଯେଉଁ ଆଶଙ୍କା ରହିଛି ସେ ସବୁକୁ ଦୂର କରିବା ସକାଶେ ଆନ୍ତର୍ଜାତିକ କ୍ରିକେଟ ପରିଷଦ ବୁଧବାର ଚେଷ୍ଟା କରିବ । କାରଣ ଏଠାରେ ଆଇସିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ କମିଟିର ବିଶେଷ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସୂଚନା ଅନୁସାରେ ପାକିସ୍ତାନକୁ ବାସନ୍ଦ କରିବାର ବିଷୟ ଚର୍ଚ୍ଚାକୁ ଆସିବ ନାହିଁ ବୋଲି କୁହାଯାଉଛି । ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତ ଜୁନ୍‌ ୧୬ର ବିଶ୍ୱକପ୍‌ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ନ ଖେଳୁ ବୋଲି ଦାବି ହେଉଛି । ସାରା ଭାରତରେ ଏହି ଘଟଣାକୁ ନେଇ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିବାରୁ ଭାରତୀୟ କ୍ରିକେଟ ବୋର୍ଡ ଆଇସିସିକୁ ଏକ ଚିଠି ଲେଖିଛି । ଯେଉଁଥିରେ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶମାନଙ୍କୁ ବାସନ୍ଦ କରିବାର ବିଷୟ ଉଲ୍ଲେଖ ଅଛି । ହେଲେ ପାକିସ୍ତାନର ନାଁ ଏହି ଚିଠିରେ ଦିଆଯାଇ ନାହିଁ । ରାହୁଲ ଜୋହରୀଙ୍କ ପକ୍ଷରୁ ଦିଆଯାଇଥିବା ଏହି ଚିଠି ଅବଶ୍ୟ ବୈଠକରେ ଚର୍ଚ୍ଚା ପାଇଁ ଆସିବ ବୋଲି ସୂଚନା ମିଳିଛି । ତେବେ ବିଶ୍ୱକପ୍‌ ବେଳର ସୁରକ୍ଷା ବାବଦ ବିଷୟ ଚର୍ଚ୍ଚା ହୋଇପାରେ । ଯେହେତୁ ଭାରତ ଆଶଙ୍କା ପ୍ରକଟ କରିଛି ସେହି ଆଶଙ୍କା ଦୂର ପାଇଁ ଆଇସିସି ଚେଷ୍ଟା କରିବ । ହେଲେ ପାକିସ୍ତାନକୁ ବାସନ୍ଦ କରିବା ବିଷୟ ଆଲୋଚନା ପରିସରକୁ ଆସିନପାରେ ବୋଲି କୁହାଯାଉଛି । ଗୋଟିଏ କ୍ରିକେଟ ବୋର୍ଡ ଅନ୍ୟ ଏକ କ୍ରିକେଟ ବୋର୍ଡ ସହ ସମ୍ପର୍କ ତୁଟାଇବା ବିଷୟ ଉପରେ ଆଇସିସି କିଛି କରିପାରିବ ନାହିଁ । କାରଣ ଏହାର କ୍ଷମତା ପରିସର ଭିତରେ ଏହା ଆସୁନାହିଁ । ଏହା କୂଟନୈତିକ ବିଷୟ ହୋଇଥିବାରୁ ସରକାର ସ୍ତରରେ ନିଷ୍ପତ୍ତି ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*