ଆଖିରେ ଆଙ୍ଗୁଠି ଗେଞ୍ଜି ଖସି ଆସିଲେ କୁମ୍ଭୀରଠାରୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସିଡ଼ିନୀ

ଅଷ୍ଟ୍ରେଲିଆର ୫୪ବର୍ଷିୟ ଜଣେ ବ୍ୟକ୍ତି କୁମ୍ଭୀର ହାବୁଡରୁ ଖସି ଚର୍ଚ୍ଚାକୁ ଆସିଛନ୍ତି । କୁମ୍ଭୀର ତାଙ୍କୁ ପାଣିକୁ ଟାଣି ନେଉଥିଲା ବେଳେ ବ୍ୟକ୍ତି ଜଣଙ୍କ ଆଙ୍ଗୁଠିରେ କୁମ୍ଭୀର ଆଖିକୁ ଆକ୍ରମଣ କରିଥିଲେ । ଆଉ ବାଧ୍ୟରେ ତାଙ୍କୁ ଛାଡି ପାଣି ଭିତରକୁ ପଳାଇଥିଲା କୁମ୍ଭୀର ।
ଉତ୍ତର ଅଷ୍ଟ୍ରେଲିଆର ଏକ ଗ୍ରାମର ୫୪ବର୍ଷିୟ କ୍ରେଗ୍‌ ଡେକମ୍ୟାନ୍‌ କ୍ରୋକ୍‌ କଣ୍ଟି୍ର ନାମକ ଏକ ହ୍ରଦକୁ ମାଛ ମାରିବାକୁ ଯାଇଥିଲେ ରବିବାର । ମାଛ ମାରିବା ସମୟରେ ୯ଫୁଟର ଏକ କୁମ୍ଭୀର ତାଙ୍କ ଉପରକୁ ଆକ୍ରମଣ କରିଥିଲା । ତାଙ୍କୁ ନିଜ ମୁହଁ ଭିତରକୁ ନେବାର ଚେଷ୍ଟା କରୁଥିଲା । କୁମ୍ଭୀର ତାଙ୍କ ଜଙ୍ଘକୁ ଧରି ପାଣିକୁ ଟାଣୁଥିଲା । ଏହି ସମୟରେ କ୍ରେଗ କୁମ୍ଭୀର ଆଖିକୁ ବାରମ୍ବାର ଆଙ୍ଗୁଠିରେ ଗେଞ୍ଜିଥିଲେ । ଏହାପରେ କୁମ୍ଭୀର ତାଙ୍କ ଜଙ୍ଘକୁ ଛାଡି ଦେଇଥିଲା । ପରେ ସ୍ଥାନୀୟ ଲୋକେ କ୍ରେଗଙ୍କୁ ଡାକ୍ତରଖାନା ନେଇଥିଲେ । କ୍ରେଗଙ୍କ ଗୋଡ଼ରେ ବଡ଼ ଆଘାତ ଲାଗିଥିଲା ବେଳେ ସେ ସୁସ୍ଥ ଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*