ଆଇପିଏଲ୍‌ ପ୍ଲେ ଅଫ୍‌ରେ ହେବ ମହିଳା ମ୍ୟାଚ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ଏଥରର ଆଇପିଏଲ୍‌ ମ୍ୟାଚ୍‌ ପୂର୍ବରୁ ମହିଳା ଟି-୨୦ ମ୍ୟାଚ୍‌ ପ୍ରଦର୍ଶନୀ ଆକାରରେ କରାଯିବାର ଯୋଜନା ହେଉଛି । ତେବେ ସବୁ ମ୍ୟାଚ ପୂର୍ବରୁ ମହିଳାଙ୍କ ପ୍ରଦର୍ଶନୀ ମ୍ୟାଚ୍‌ ହୋଇପାରିବ ନାହିଁ । କାରଣ ଏଥିରେ ସମୟ ବାଧକ ହୋଇଛି । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ କେବଳ ପ୍ଲେ ଅଫ୍‌ ସମୟରେ ଏହି ମହିଳା ପ୍ରଦର୍ଶନୀ କି୍ରକେଟ ମ୍ୟାଚ୍‌ କରାଇବା ଲାଗି ବିସିସିଆଇ ଚିନ୍ତା କରୁଛି । ପ୍ରଦର୍ଶନୀ ମ୍ୟାଚକୁ ସନ୍ଧ୍ୟା ୭ଟା ବେଳେ କରିବା ପାଇଁ ବର୍ତ୍ତମାନ ପଡୁଛି ଚାପ । ତେବେ ଜଣେ ବୋର୍ଡ ଅଧିକାରୀ କହିଛନ୍ତି ପ୍ରଦର୍ଶନୀ ମହିଳା ମ୍ୟାଚ୍‌ ନିର୍ଭର କରିବ ନିର୍ବାଚନ ତାରିଖ ଘୋଷଣାକୁ ନେଇ । ଯେଉଁଦିନ ଆଇପିଏଲ୍‌ ମ୍ୟାଚ୍‌ ନଥିବ ସେହିଦିନ ସନ୍ଧ୍ୟା ୭ଟାରେ ମହିଳାଙ୍କ ଟି-୨୦ ମ୍ୟାଚ୍‌ କରାଇବା ଲାଗି ବର୍ତ୍ତମାନ ଯୋଜନା କରାଯାଉଛି । ଆଇପିଏଲ୍‌ ମ୍ୟାଚ୍‌ ଦିନ ଦିନ ୨ଟାର ଟାଣ ଖରାରେ ଏ ମ୍ୟାଚ୍‌ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ସେହି ଅଧିକାରୀ ଜଣଙ୍କ କହିଛନ୍ତି । ଗତ ସପ୍ତାହରେ ଆଇପିଏଲର ପ୍ରଥମ ୧୭ଟି ମ୍ୟାଚର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ନିର୍ବାଚନ ତାରିଖ ଘୋଷଣା ପରେ ବାକି ମ୍ୟାଚ୍‌ ଗୁଡିକର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ସେହି ବୋର୍ଡ ଅଧିକାରୀ ଜଣଙ୍କ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*