ଅର୍ଥନୀତିକୁ ଆକ୍ରମଣ ପାଇଁ ଡ୍ରାଇଭରଙ୍କୁ ଟାର୍ଗେଟ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ:ଶ୍ରୀନଗର

ଧାରା ୩୭୦ ଉଚ୍ଛେଦ ହେବାର ୭୦ ଦିନ ପରେ ଶ୍ରୀନଗରରେ ପୋଷ୍ଟପେଡ୍‌ ମୋବାଇଲ ସେବା ଆରମ୍ଭ ହୋଇଛି, ଗମନାଗମନ ବଢିଛି ବିଶେଷ କରି କାଶ୍ମୀର ସେଓ ପରିବହନ ଅନ୍ୟ ରାଜ୍ୟକୁ ଆରମ୍ଭ ହୋଇଛି । ବ୍ୟାପକ ସୁରକ୍ଷା ବଳ ମୂତୟନ କାରଣରୁ ପାକିସ୍ତାନର ପ୍ରୋତ୍ସାହନରେ ଏଠାରେ ଚାଲିଥିବା ଆତଙ୍କୀ କାର୍ଯ୍ୟକଳାପ ଏକପ୍ରକାର ଠପ୍‌ ପଡ଼ିଥିଲା । ଯେହେତୁ ଆତଙ୍କୀମାନଙ୍କ ଅନେକ ସହଯୋଗକାରୀ ଓ ମୁଖିଆ ନଜରବନ୍ଦ ଅବସ୍ଥାରେ ଅଛନ୍ତି । ସେହି କାରଣରୁ ମୁନ୍ଦ ବିହୀନ କୁକୁଡ଼ା ଭଳି ଆତଙ୍କୀମାନଙ୍କୁ ରହିବାକୁ ପଡ଼ୁଛି । ତେବେ କର୍ଫୁ୍ୟ କୋହଳ ହେବା ପରେ ଆତଙ୍କୀମାନେ ପୁଣି ପୁରୁଣା ଧାରାକୁ ଫେରିବାର ଚେଷ୍ଟା କରୁଛନ୍ତି । କଡ଼ା ସୁରକ୍ଷା କାରଣରୁ ସେମାନେ ଏବେ ଦୁର୍ବଳ ଏବଂ ନିରୀହ ବ୍ୟକ୍ତି ବିଶେଷ କରି ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରୁଛନ୍ତି । ଆଉ ଏହା ପଛର କାରଣ ହେଉଛି, କାଶ୍ମୀର ଅର୍ଥନୀତିକୁ ଦୁର୍ବଳ କରିବା ।
ଜମ୍ମୁ-କାଶ୍ମୀର ପୁନର୍ଗଠନ ପରେ ଏବେ ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି । ବିଶେଷ କରି କାଶ୍ମୀରରୁ ସଜ ଫଳ ଅନ୍ୟ ରାଜ୍ୟକୁ ଯିବା ଆରମ୍ଭ ହେଲାଣି । ବିଭିନ୍ନ ରାଜ୍ୟର ଟ୍ରକ ସବୁ କାଶ୍ମୀର ଘାଟିକୁ ପ୍ରବେଶ କଲାଣି । ଏହାଦ୍ୱାରା କାଶ୍ମୀର ଚାଷୀଙ୍କର ଆର୍ଥିକ ସ୍ଥିତି ସୁଧୁରିବାର ଧାରା ଆରମ୍ଭ ହୋଇଛି । ଆଉ ଏହି ଧାରାକୁ ପ୍ରଭାବିତ କରିବା ଏବଂ ଆତଙ୍କର ବାତାବରଣ ସୃଷ୍ଟି କରି ଅର୍ଥନୀତିକୁ ପ୍ରଭାବିତ କରିବା ପାଇଁ ଏହି ମୁନ୍ଦ ବିହୀନ କୁକୁଡ଼ାମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଏମାନେ ସମସ୍ତେ ଜୈଶ-ଇ-ମହମ୍ମଦ, ହିଜବୁଲ୍‌ ମୁଜାହିଦ୍ଦିନ୍‌ ଏବଂ ଲସ୍କର-ଇ-ତାଇବାର ଆତଙ୍କୀ ।
ଗୁରୁବାର ସୋଫିଆନା ଜିଲାରେ ଆତଙ୍କୀମାନେ ଆଉ ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରିଥିଲା ବେଳେ ସେମାନଙ୍କ ଆକ୍ରମଣରେ ଆଉ ଜଣେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି । ଅକ୍ଟୋବର ୧୪ ତାରିଖଠାରୁ ବର୍ତ୍ତମାନ ସୁଦ୍ଧା ୩ ଜଣ ଡ୍ରାଇଭର ଏବଂ ପଞ୍ଜାବର ଜଣେ ସେଓ ବ୍ୟବସାୟୀଙ୍କୁ ହତ୍ୟା କରିସାରିଲେଣି । ଗୁରୁବାର ହତ୍ୟାର ଶିକାର ହୋଇଥିବା ୨ ଟ୍ରକ ଡ୍ରାଇଭର ରାଜସ୍ଥାନ ଏବଂ ହରିଆନାକୁ ସେଓ ଟ୍ରକ ନେଇ ବାହାରିଥିଲେ । ୧୦ ଦିନ ଭିତରେ ଆତଙ୍କୀଙ୍କ ଆକ୍ରମଣରେ ୪ ଜଣଙ୍କର ମୃତୁ୍ୟ ଘଟଣାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଗୁରୁବାର ଘଟଣଶ ସମ୍ପର୍କରେ କୁହାଯାଉଛି ଯେ, ଟ୍ରକ ଡ୍ରାଇଭରମାନେ ସୁରକ୍ଷା କର୍ମୀଙ୍କୁ ସୂଚିତ ନକରି ଦୁର୍ଗମ ଅଞ୍ଚଳକୁ ପ୍ରବେଶ କରିଥିଲେ । ଯାହାର ଅର୍ଥ ଏବେ ବି କାଶ୍ମୀରର ଦୁର୍ଗମ ଅଞ୍ଚଳରେ ଆତଙ୍କୀମାନେ ଆ‡ା ଜମାଇ ବସିଛନ୍ତି । ସୁରକ୍ଷା ବଳ ମଜଭୁତ ଥିବା କାରଣରୁ ସେମାନେ ବାହରକୁ ବାହାରି ପାରୁନଥିବା ବେଳେ ଭିତରେ ଭିତରେ ସେମାନଙ୍କ ଯୋଜନାକୁ ମଜଭୁତ କରିବାରେ ଲାଗିଛନ୍ତି । ମିଳିଥିବା ବିଶେଷ ସୂଚନା ଅନୁସାରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସରକାରୀ ଗାଡ଼ି ଉପରକୁ ଆକ୍ରମଣର ଯୋଜନା ହୋଇଛି । ଏହି ଦାୟିତ୍ୱ ଦିଆଯାଇଛି ଲସ୍କର-ଇ-ତାଇବାକୁ । ବିଭିନ୍ନ ଆତଙ୍କୀ ସଂଗଠନର ଆତଙ୍କୀମାନଙ୍କ ସହ ଆଇଏସ୍‌ଆଇ ଓ ପାକିସ୍ତାନ ଆର୍ମିର ବରିଷ୍ଠ ଅଧିକାରୀମାନେ କିଛି ଦିନ ତଳେ ଗୁପ୍ତ ବୈଠକ ମଧ୍ୟ କରିଥିଲେ ।
ଏହି ସବୁ ଘଟଣା ସୂଚାଉଛି ଯେ, ବାହାରକୁ ଧୂଅାଁ ଦିଶୁନଥିଲେ ମଧ୍ୟ ଭିତରେ ନିଅାଁ କୁହୁଳୁଛି । ଅର୍ଥାତ ଆତଙ୍କୀ ସଂଗଠନମାନେ ବଡ଼ ଯୋଜନା ପାଇଁ ଉଦ୍ୟମ କରୁଛନ୍ତି । ଜମ୍ମୁ-କାଶ୍ମୀରରେ ସ୍ଥିରତା ଫେରୁଥିବା ଏବଂ ସ୍ଥିତି ସୁଧୁରୁଥିବା କଥା କୁହାଯାଉଥିଲା ବେଳେ ଭିତରେ କିନ୍ତୁ ଚାଲିଛି ଅସ୍ଥିରତାର ଯୋଜନା । ପ୍ରଥମେ ଅର୍ଥନୀତିକୁ ଆକ୍ରମଣ କରି କାଶ୍ମୀରବାସୀଙ୍କ ମଧ୍ୟରେ ସେହି ପୂର୍ବ ଭୟକୁ ଫେରାଇ ଆଣିବାର ଉଦ୍ୟମ କରାଯାଉଛି । ଏହାର ଶିକାର ହେଉଛନ୍ତି ଟ୍ରକ ଡ୍ରାଇଭରମାନେ । ତେଣୁ ସବୁ କିଛି ଠିକ୍‌ଠାକ୍‌ ଅଛି ବୋଲି କହିବା ପୂର୍ବରୁ ବାସ୍ତବ ସ୍ଥିତିକୁ ପୁଣିଥରେ ବିଚାର କରିବାର ଆବଶ୍ୟକତା ରହିଛି ପ୍ରଶାସନ ପାଇଁ, କେନ୍ଦ୍ର ସରକାରଙ୍କ ପାଇଁ ଏବଂ ସୁରକ୍ଷା ବଳ ପାଇଁ । ଏହା ମଧ୍ୟ ଆଶା କରାଯାଏ ଯେ ଲୁହା କଅଁଳିଲେ ବିଲେଇ କାମୁଡ଼ିଲା ଭଳି ସୁରକ୍ଷା ବଳ ହ୍ରାସ ହେଲେ ଆତଙ୍କୀ ପୁଣି ପଦାକୁ ବାହାରିବେ । ତେଣୁ ସମୟ ପୂର୍ବରୁ ଆତଙ୍କୀ ସଫାର ବଡ଼ ଯୋଜନା ଆରମ୍ଭ କରିବାର ଆବଶ୍ୟକତା ଏବେ ଦେଖାଦେଇଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*