‘ଅଭ୍ୟାସ’ର ସଫଳ ପରୀକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାଲେଶ୍ୱର
ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶ ମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ମଙ୍ଗଳବାର ସଫଳତାର ସହ କରାଯାଇଛି । ଆନ୍ତରୀଣ ପରୀକ୍ଷା କେନ୍ଦ୍ରରୁ ଏହି ପରୀକ୍ଷା କରାଯାଇଛି । ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସପଳତାର ସହିତ ଉଡ଼ା ଯାଇଥିଲା । ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ ଲକ୍ଷ୍ୟ ଭାବେ ବ୍ୟବହାର କରାଯାଇଥାଏ । ଡିଆରଡିଓର ବିମାନ ବିକାଶ ପ୍ରତିଷ୍ଠାନ (ଏଡ଼ିଇ) ପକ୍ଷରୁ ଅଭ୍ୟାସର ପରିପାଟି ବିକଶିତ ହୋଇଛି ।ଏହି ବାୟୁଯାନ ଦୁଇଟି ଅନ୍ଦର ସ୍ଲବ ବୁଷ୍ଟର ସାହାଯ୍ୟରେ ଛଡ଼ା ଯାଇଥାଏ । ଗ୍ରାଉନ୍ଦ କଣ୍ଟ୍ରୋଲ ଷ୍ଟେସନରୁ ଲାପଟପ ଜରିଆରେ ଏହି ବାୟୁଯାନର ଗତିବିଧି ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଥାଏ । ପରୀକ୍ଷା ବେଳେ ୫ କିଲୋମିଟର ଉଚ୍ଚତାରେ ଏହାକୁ ବ୍ୟବହାର କରାଯାଏ ଓ .୫ ମାକ ଗତିରେ ଏହି ଯାନ ସଫଳତାର ସମସ୍ତ ଲକ୍ଷ୍ୟ ହାସ କରିପାରୁଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*