ଅଦାଲତ ରାୟକୁ ୬ବର୍ଷ ଚାପି ରଖିଥିଲେ କାହିଁକି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପୁରୀ ସ୍ୱର୍ଗଦ୍ୱାର ସାଧାରଣ ଲୋକଙ୍କ ସେବାରେ ସମ୍ପୂର୍ଣ୍ଣ ସମର୍ପିତ ହେବ । ତେଣୁ ଏଠାରେ ଥିବା ସ୍ୱର୍ଗତ ବିଜୁ ପଟନାୟକଙ୍କ ସମାଧି ସ୍ଥଳ ହଟାଯିବ । ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଆଉ ପରେ ସାମ୍ବାଦିକ ସମ୍ମିଳନୀ କରି ବିଜଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହାନତା ସମ୍ପର୍କରେ ଅବଗତ କରାଇଥିଲେ ଦଳର ନେତାମାନେ । ନିଜ ବାପାଙ୍କ ସମାଧି ସ୍ଥଳକୁ ହଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ବଡ଼ ଦୃଷ୍ଟାନ୍ତ ଦେଉଛନ୍ତି ବୋଲି ଦର୍ଶାଇବାର ଚେଷ୍ଟା କରାଯାଇଥିଲା । ହେଲେ ଏହି ନିଷ୍ପତ୍ତି ନେବା ପଛର କାରଣ ପୁଣି ଥରେ ପ୍ରମାଣ କରିଛି ଯେ, ନବୀନ ବାବୁ କିପରି ଆଖିରେ ଆଗୁଳି ଗେଞ୍ଜି ନାଟକ କରିଜାଣନ୍ତି ।
ପ୍ରଥମତଃ ସ୍ୱର୍ଗଦ୍ୱାରରେ ବିଜୁ ପଟନାୟକଙ୍କ ସମାଧି ବେଆଇନ ଭାବେ ନିର୍ମିତ । ସ୍ୱର୍ଗଦ୍ୱାରରେ କାହାର ସ୍ମାରକୀ ପୀଠ ହୋଇପାରିବ ନାହିଁ । ବିଜୁ ଜନତା ଦଳ ସରକାର କ୍ଷମତାକୁ ଆସିବା ପରେ ଅର୍ଥାତ୍‌ ୨୦୦୦ ମସିହାରେ ସ୍ୱର୍ଗଦ୍ୱାରରେ ଏହି ସମାଧି ସ୍ଥଳର ନିର୍ମାଣ କରାଯାଇଥିଲା । ସଙ୍କୁଚିତ ହୋଇପଡ଼ୁଥିବା ସ୍ୱର୍ଗଦ୍ୱାରର ଅଧେ ଜାଗା ମାଡ଼ି ବସିଥିଲା ଏହି ସମାଧି ସ୍ଥଳ । ୨୦ ବର୍ଷ ଧରି ଏହି ବିବାଦୀୟ ସମାଧି ସ୍ଥଳକୁ ନେଇ ବିରୋଧ ଓ ପ୍ରତିବାଦ ଜାରି ରହିଥିଲା । ମାତ୍ର ସରକାର ବିଶେଷକରି ପୁଅ ନବୀନ ବାବୁଙ୍କ କାନରେ ଏହା ପଡ଼ୁ ନଥିଲା । ହେଲେ ହଠାତ୍‌ ବିକାଶ କହି ବିଜୁ ବାବୁଙ୍କ ସମାଧି ଉଚ୍ଛେଦ ନିଷ୍ପତ୍ତି ସନେ୍ଦହ ସୃଷ୍ଟି କଲା । ନବୀନ ବାବୁ ବଡ଼ ଉଦାହରଣ ଦେବାର ନାଟକ କରୁଥିଲା ବେଳେ ଧରାପଡ଼ି ଯାଇଛି ଏହି ନାଟକ ପଛର ଅସଲ କାରଣ । ୨୦୦୦ ମସିହାରୁ ଏହି ଜବରଦଖଲ ସମାଧି ସ୍ଥଳକୁ ନେଇ ଆରମ୍ଭ ହୋଇଥିଲା ବିରୋଧ । ପୁରୀର ଅନେକ ସ୍ଥାନୀୟ ସଂଗଠନ ରାଜରାସ୍ତାକୁ ମଧ୍ୟ ଓହ୍ଲାଇ ଥିଲେ । ଏହି କ୍ରମରେ ଦାନ୍ଦିମାଳ ସାହିର ରମେଶ ପ୍ରସାଦ ସିଂହ, ୱାଟର୍‌ୱାର୍କ୍ସ ରୋଡ଼ସ୍ଥିତ ଜାଲିସାହିର ବିକାଶ କୁମାର ଶତପଥୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଡିସେମ୍ବର ୨୦୧୪ରେ ଦେୱାନୀ ଅଦାଲତ (ସଭିଲ୍‌ ଜଜ୍‌) ଏହି ସମାଧି ସ୍ଥଳକୁ ଭାଙ୍ଗିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଡିସେମ୍ବର ୨୭, ୨୦୧୪ରେ ଏହି ସମାଧି ସ୍ଥଳ ନିର୍ମାଣ କରିଥିବା ପୁରୀ ମୁ୍ୟନିସିପାଲିଟିକୁ ଦେୱାନୀ ଅଦାଲତ (କନିଷ୍ଠ ବିଭାଗ) ୩ମାସ ମଧ୍ୟରେ ସମାଧି ସ୍ଥଳକୁ ଭାଙ୍ଗିବାର କଡ଼ା ନିଦେ୍ର୍ଦଶ ଦେଲେ । କୋର୍ଟଙ୍କ ନିଦେ୍ର୍ଦଶକୁ ୬ବର୍ଷ ଧରି ଚାପି ରଖିଥିଲା ପୁରୀ ମୁ୍ୟନିସିପାଲିଟି । ବିଜୁ ଜନତା ଦଳର ନିୟନ୍ତ୍ରଣରେ ମୁ୍ୟନିସିପାଲିଟି ରହିଥିବାରୁ କୋର୍ଟଙ୍କ ନିଦେ୍ର୍ଦଶ ସତ୍ତ୍ୱେ ଏହାକୁ ଭଙ୍ଗାଯାଉ ନଥିଲା । ଅନ୍ୟପଟେ କିପରି ଏହି ନିଦେ୍ର୍ଦଶକୁ ସ୍ଥଗିତ କରାଯିବ, ତା’ର ଉଦ୍ୟମରେ ଥିଲା ମୁ୍ୟନିସିପାଲିଟି ଏବଂ ବିଜୁ ଜନତା ଦଳ । ଏହି ମାମଲା ଜିଲା ଜଜ୍‌ଙ୍କ ନିକଟକୁ ଯାଇଥିଲା । ତେବେ ଏଠାରୁ ମଧ୍ୟ ସଙ୍କେତ ମିଳି ସାରିଥିଲା ଯେ, ଆଉ କିଛି କରିହେବ ନାହିଁ । ବିଚାରପତିଙ୍କ ନିଷ୍ପତ୍ତି ପୂର୍ବରୁ, ସରକାରଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରି ପୁରୀରୁ ଖବର ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ନିବାସକୁ । କୋର୍ଟଙ୍କ ଛାଟ ପଡ଼ିବା ପୂର୍ବରୁ ନିଜର ମହାନତା ଦେଖାଇବା ପାଇଁ ନାଟକ ରଚିବାକୁ ବାଧ୍ୟ ହୋଇଛନ୍ତି ନବୀନ ବାବୁ । ଏହି କାରଣରୁ ଶୁକ୍ରବାର ବାପାଙ୍କ ସମାଧି ସ୍ଥଳକୁ ହଟାଇବାର ଘୋଷଣା ସହ ଲୋକଙ୍କ ବିଶ୍ୱାସକୁ ନିଜ ଆଡ଼କୁ ନେବା ପାଇଁ ସ୍ୱର୍ଗଦ୍ୱାରର ବିକାଶ ନିମନ୍ତେ ୫କୋଟିର ପ୍ୟାକେଜ୍‌ ମଧ୍ୟ ଘୋଷଣା କରିଛନ୍ତି । ହେଲେ ସ୍ୱର୍ଗଦ୍ୱାର ଜମି ହଡ଼ପ ନେଇ ପୂର୍ବରୁ ଯେଉଁ ଅଭିଯୋଗ ହୋଇଆସୁଛି, ତା’ଉପରେ କୌଣସି ଘୋଷଣା କରି ନାହାନ୍ତି ମୁଖ୍ୟମନ୍ତ୍ରୀ । ସ୍ୱର୍ଗଦ୍ୱାର ବିକାଶ କାର୍ଯ୍ୟ ୬ମାସରେ ଶେଷ ହେବ ବୋଲି ସେ କହିଛନ୍ତି । ହେଲେ ଏହି ୫କୋଟିର ପ୍ୟାକେଜ୍‌ ଓ ବାପାଙ୍କ ସମାଧି ସ୍ଥଳ ହଟାଇବାର ନିଷ୍ପତ୍ତି ପଛର ନାଟକ ଏବେ ପଦାରେ । ତେବେ ଅଦାଲତଙ୍କ ରାୟକୁ କାହିଁକି ୬ବର୍ଷ ଧରି ଚାପି ରଖାଯାଇଥିଲା, ତା’ର ଉତ୍ତର କିନ୍ତୁ ଦେବାକୁ ପଡ଼ିବ ମୁ୍ୟନିସିପାଲିଟି ଓ ବିଜୁ ଜନତା ଦଳକୁ ।
ସୂଚନା ଯୋଗ୍ୟ ଯେ, ପୁରୀ ସ୍ୱର୍ଗଦ୍ୱାରା ମୌଜା ୧୬.୭୩୫ ଏକରର ହୋଇଥିଲା ବେଳେ ପରେ ୧୦.୩୪୨ ଏକର ଜମି ୧୫୮ ଜଣ ବ୍ୟକ୍ତିଙ୍କ ନାମରେ ରେକର୍ଡ଼ ହୋଇଛି । ବାକି ୬ ଏକର ଜାଗାରୁ ୫ ଏକର ଜାଗାକୁ ଜବରଦଖଲ କରାଯାଇଥିଲା ବେଳେ ସ୍ୱର୍ଗଦ୍ୱାର ପାଇଁ ୧ଏକର ଜାଗା ଧାର୍ଯ୍ୟ ରହିଥିଲା । ହେଲେ ବର୍ତ୍ତମାନ ମାତ୍ର ୪୬୫ ଡିସିମିଲ ଜାଗାରେ ସ୍ୱର୍ଗଦ୍ୱାର ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*