ବ୍ରେକିଙ୍ଗ ନିଉଯ

ଗିରଫ ପରେ ବଦଳିଲା ଭାଜପା ନେତାଙ୍କ ସ୍ୱର

2022-08-10 12:55:19 ଦେଶ

ଗିରଫ ପରେ ବଦଳିଲା ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ସ୍ୱର । ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହୋଇଥିବା ଶ୍ରୀକାନ୍ତ ତ୍ୟାଗି ଏବେ ନରମି ଯାଇଛନ୍ତି । ସେ ପୀଡିତା ମହିଳାଙ୍କୁ ତାଙ୍କ ଭଉଣୀ ବୋଲି କହିଛନ୍ତି । ଏଥିସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା ସେ ଅଭିଯୋଗ ଉଠାଇଛନ୍ତି ।

ଏଜେନ୍ସୀ : ନୋଏଡ଼ା :

ଗିରଫ ପରେ ବଦଳିଲା ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ସ୍ୱର । ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହୋଇଥିବା ଶ୍ରୀକାନ୍ତ ତ୍ୟାଗି ଏବେ ନରମି ଯାଇଛନ୍ତି । ସେ ପୀଡିତା ମହିଳାଙ୍କୁ ତାଙ୍କ ଭଉଣୀ ବୋଲି କହିଛନ୍ତି । ଏଥିସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା ସେ ଅଭିଯୋଗ ଉଠାଇଛନ୍ତି । ୪ ଦିନ ଧରି ଫେରାର ଥିବା ଶ୍ରୀକାନ୍ତ ତ୍ୟାଗିଙ୍କୁ ମଙ୍ଗଳବାର ପୁଲିସ ଗିରଫ କରିଛି । ନୋଏଡାର ଗ୍ରାଣ୍ଡ  ଓମାକ୍ସ ସୋସାଇଟିରେ ଜଣେ ମହିଳାଙ୍କୁ ଗାଳିଗୁଲଜ ତଥା ଅସଦାଚରଣ ମାମଲାରେ ସୁରଜପୁର କୋର୍ଟ ତ୍ୟାଗୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ତେବେ କୋର୍ଟରୁ ଯିବା ବାଟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ତ୍ୟାଗୀ କହିଛନ୍ତି ଯେ ସେ ଯେଉଁ ମହିଳାଙ୍କ ସହ ଅସଦାଚରଣ କରିଥିଲେ ସେ ତାଙ୍କ ଭଉଣୀ ପରି । ଏହା ମଧ୍ୟ ଦାବି କରିଛି ଯେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ଏବଂ ତାଙ୍କୁ ରାଜନୈତିକ ରୂପେ ହଟାଇବା ପାଇଁ ଚେଷ୍ଠା କରାଯାଇଛି । ନୋଏଡାର ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଶ୍ରୀକାନ୍ତ ତ୍ୟାଗୀ ଜବର ଦଖଲ କରିବା ସହ ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହାର ଓ ଧକ୍କା ମାରିଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା । ତେବେ ମାମଲାର ରୁଜୁ ହେବା ଦିନ ଠାରୁ ଅର୍ଥାତ ଶୁକ୍ରବାର ରାତିରୁ ସେ ଅନ୍ଦରଗ୍ରାଉଣ୍ଡ  ହୋଇ ଯାଇଥିଲେ । ଶ୍ରୀକାନ୍ତ ଫେରାର ଥିବାରୁ ଉତ୍ତରପ୍ରଦେଶ ପୁଲିସ ତାଙ୍କ ସଂପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ଶ୍ରୀକାନ୍ତଙ୍କୁ ଖୋଜିବା ପାଇଁ ନୋଏଡା ପୁଲିସ ୮ଟି ଟିମ୍‌ ୩ଟି ରାଜ୍ୟକୁ ଯାଇଥିଲେ । ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ଧାରା ୩୦୭ ସମେତ ଅନେକ ଗୁରୁତର ଦଫାରେ ମୋଟ ୯ଟି ମାମଲା ରୁଜୁ ହୋଇଛି ।

ସମ୍ବନ୍ଧୀୟ ଖବର