ବ୍ରେକିଙ୍ଗ ନିଉଯ

ଷ୍ଟଣ୍ଟ ବେଳେ ଅଘଟଣ, ହସ୍ପିଟାଲ ଗଲେ ରୁବିନା

2022-08-08 14:02:42 ମନୋରଞ୍ଜନ

ଲୋକପ୍ରିୟ ରିଆଲିଟି ଶୋ’ ‘ଖତରୋ କେ ଖିଲାଡି ସିଜନ-୧୨’ ଟେଲିଭିଜନ ଦୁନିଆର ସବୁଠାରୁ ହାଇଏଷ୍ଟ ରେଟି ଶୋ’ ମଧ୍ୟରୁ ଗୋଟିଏ । ଯେବେଠୁ ଶୋ’ର ପ୍ରିମିୟର ହୋଇଛି ସେବେଠୁ ନିଜ ଖତରନାକ ଷ୍ଟଣ୍ଟ ଯୋଗୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି ଏହି ଶୋ’ । ନିକଟରେ ଛୋଟ ପରଦାର ଅଭିନେତ୍ରୀ ରୁବିନା ଦଲୈକ ଅଭିନେତା ମୋହିତ ମଲିକଙ୍କ ସହ ଝଗଡା କରିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଶୋ’ରେ ଏକ ଟାସ୍କ ସମୟରେ ଅଘଟଣ ଘଟିଥିଲା । ରୁବିନା ଉଚ୍ଚତାରୁ ପାଣିରେ ପଡ଼ି ଯାଇଥିଲେ । ତାଙ୍କ ଗୋଡ ଏବଂ କାନ୍ଧରେ ଆଘାତ ଲାଗିଥିଲା, ଏହା ପରେ ସେ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ । 

ଏଜେନ୍ସୀ : ମୁମ୍ବାଇ :

ଲୋକପ୍ରିୟ ରିଆଲିଟି ଶୋ’ ‘ଖତରୋ କେ ଖିଲାଡି ସିଜନ-୧୨’ ଟେଲିଭିଜନ ଦୁନିଆର ସବୁଠାରୁ ହାଇଏଷ୍ଟ ରେଟି ଶୋ’ ମଧ୍ୟରୁ ଗୋଟିଏ । ଯେବେଠୁ ଶୋ’ର ପ୍ରିମିୟର ହୋଇଛି ସେବେଠୁ ନିଜ ଖତରନାକ ଷ୍ଟଣ୍ଟ ଯୋଗୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି ଏହି ଶୋ’ । କେତେବେଳେ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା ହୋଇଯାଉଛି ତ ଆଉ କେତେବେଳେ ଷଣ୍ଟ କଲା ବେଳେ ଖେଳାଳିଙ୍କ ଜୋରରେ ପାଟି କରିବା ଶବ୍ଦ ଶୁଣିବାକୁ ମିଳୁଛି । ନିକଟରେ ଛୋଟ ପରଦାର ଅଭିନେତ୍ରୀ ରୁବିନା ଦଲୈକ ଅଭିନେତା ମୋହିତ ମଲିକଙ୍କ ସହ ଝଗଡା କରିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣି ରୁବିନା ଦର୍ଶକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ଶୋ’ରେ ଏକ ଟାସ୍କ ସମୟରେ ଅଘଟଣ ଘଟିଥିଲା । ରୁବିନା ଉଚ୍ଚତାରୁ ପାଣିରେ ପଡ଼ି ଯାଇଥିଲେ । ତାଙ୍କ ଗୋଡ ଏବଂ କାନ୍ଧରେ ଆଘାତ ଲାଗିଥିଲା, ଏହା ପରେ ସେ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ । ସେହିପରି ପାଣିରୁ ବାହାରିବା ପରେ ତାଙ୍କ ଉପରେ ଶୋ’ର ଏକ ବ୍ୟାନର ପଡିଯାଇଥିଲା । ତାଙ୍କ ପିଠିରେ ଆଘାତ ଲାଗିଥିଲା । ଏହାପରେ ବିନା ବିଳମ୍ବରେ ରୁବିନାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତାଙ୍କୁ ଗୋଟିଏ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସୁଧୁରୁଥିବା କୁହାଯାଉଛି । ଖତରୋ କେ ଖିଲାଡି-୧୨ରେ ଏହା ପ୍ରଥମ ଘଟଣା ନୁହେଁ ଯେ ଏହା ପୂର୍ବରୁ ମଧ୍ୟ ଷ୍ଟଣ୍ଟ ସମୟରେ ରୁବିନା ଆହତ ହୋଇଥିଲେ । ବରଫ ଟାସ୍କ ବେଳେ ମଧ୍ୟ ରୁବିନାଙ୍କ ହାତରେ ଆଘାତ ଲାଗିଥିଲା ।  ଉଲ୍ଲେଖଯୋଗ୍ୟ, ବିଗ୍‌ବସ୍‌୧୫ ବିଜେତା ରୁବିନା ଦଲୈକ୍‌ଙ୍କୁ ଚଳିତ ଖତରୋ କେ ଖିଲାଡି ସିଜନ-୧୨ର ସବୁଠାରୁ ଷ୍ଟ୍ରଙ୍ଗ ଖେଳାଳି ବୋଲି କୁହାଯାଉଛି । ସେ ପ୍ରତିଟି ଷ୍ଟଣ୍ଟ କରିବାକୁ ଆଗଭର । ଟାସ୍କ କରିବା ପାଇଁ ସେ କେବେବି ପଛଘୁଞ୍ଚା ଦେଇନାହାନ୍ତି । ଚଳିତ ଖତରୋ କେ ଖିଲାଡି ସିଜନକୁ ମଧ୍ୟ ରୁବିନା ଜିତିବେ ବୋଲି ଫ୍ୟାନ୍‌ମାନଙ୍କ ବିଶ୍ୱାସ ।

ସମ୍ବନ୍ଧୀୟ ଖବର