ବ୍ରେକିଙ୍ଗ ନିଉଯ

ଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ ଜାରି

2022-07-20 14:20:34 ମନୋରଞ୍ଜନ

ଅଡୁଆରେ ଅଭିନେତ୍ରୀ ଅମିଷା ପଟେଲ । ତାଙ୍କ ନାଁରେ ଜାରି ହେଲା ୱାରେଣ୍ଟ । ମୁରାଦାବାଦ ଏକ ଅଦାଲତ ଅମିଷାଙ୍କ ନାଁରେ ଏହି ୱାରେଣ୍ଟ ଜାରି କରିଛନ୍ତି ।

ଏଜେନ୍ସୀ : ମୁମ୍ବାଇ :

ଅଡୁଆରେ ଅଭିନେତ୍ରୀ ଅମିଷା ପଟେଲ । ତାଙ୍କ ନାଁରେ ଜାରି ହେଲା ୱାରେଣ୍ଟ । ମୁରାଦାବାଦ ଏକ ଅଦାଲତ ଅମିଷାଙ୍କ ନାଁରେ ଏହି ୱାରେଣ୍ଟ ଜାରି କରିଛନ୍ତି । କୋର୍ଟରେ ସଠିକ୍‌ ସମୟରେ ହାଜର ନହେବା ଯୋଗୁ ତାଙ୍କୁ ଏହି ୱାରେଣ୍ଟ ଜାରି କରାଯାଇଛି । ଆସନ୍ତା ୨୨ ଅଗଷ୍ଟରେ କୋର୍ଟରେ ତାଙ୍କୁ ହାଜର ହେବାକୁ କୁହାଯାଇଛି । ସୂଚନା ମୁତାବକ, ମୁରାଦାବାଦ ସ୍ଥିତ ଏକ ଇଭେଣ୍ଟ କମ୍ପାନୀ ଅମିଷା ପଟେଲ ଏବଂ ତାଙ୍କ ସହଯୋଗୀ ୧୧ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଅଭିଯୋଗ କରିଛନ୍ତି । ମୁରାଦାବାଦର ପବନ ବର୍ମା ଡ୍ରିମ କମ୍ପାନୀ ନାମକ ଏକ ଇଭେଣ୍ଟ କମ୍ପାନୀ ଚଳାଉଛନ୍ତି । ୧୬ ନଭେମ୍ବର ୨୦୧୭ରେ ଏକ ବିବାହ ସମାରୋହରେ ଡ୍ୟାନ୍ସ କରିବା ପାଇଁ ଅମିଷା ପଟେଲଙ୍କୁ ୧୧ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିଲା । ହେଲେ ଅମିଷା ପଟେଲ ଦିଲ୍ଲୀ ଯାଏଁ ଆସିଥିଲା କିନ୍ତୁ ମୁରାଦାବାଦ ଅଧିକ ଦୂର ହୋଇଯାଉଥିବା କହି ଆହୁରି ୨ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ଇଭେଣ୍ଟ କମ୍ପାନୀ ଅମିଷାଙ୍କୁ ଆଉ ୨ ଲକ୍ଷ ଟଙ୍କା ଦେବାକୁ ମନା କରିଦେଇଥିଲା । ଏହାପରେ ଅମିଷା ୧୧ ଲକ୍ଷ ଟଙ୍କା ନେଇ ଦିଲ୍ଲୀରୁ ଫେରିଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅମିଷା ଏଯାଏଁ ଟଙ୍କା ଫେରସ୍ତ କରିନଥିବା ଅଭିଯୋଗ ହୋଇଛି । ଡ୍ରିମ୍‌ ଭିଜନ କମ୍ପାନୀର ମାଲିକ ପାବନ୍‌ ଭର୍ମାଙ୍କ ଅମିଷା ପଟେଲ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାରେ ଆସନ୍ତା ଅଗଷ୍ଟ ୨୦ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଆମିଷା ପଟେଲଙ୍କ ସମେତ ୪ ଜଣଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି । ଅଭିଯୁକ୍ତ ତାଲିକାରେ ଆମିଷା ପଟେଲ, ସୁରେଶ କୁମାର, ରାଜକୁମାର ଗୋସ୍‌ୱାମୀ, ଅହମ୍ମଦ ସରିଫଙ୍କ ନାମ ରହିଛି ।


ସମ୍ବନ୍ଧୀୟ ଖବର