ଭଦ୍ରକର ପ୍ରଗତିଶୀଳ କାର୍ଯ୍ୟ ପ୍ରତି ଧ୍ୟାନ ଦିଆଯିବ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ: ଭଦ୍ରକ

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଗାନ୍ଧୀ ବିଚାର ମଞ୍ଚ ଦ୍ୱାରା ଆୟୋଜିତ ସଭାରେ ଭଦ୍ରକ ଜିଲ୍ଲାର ସମସ୍ୟା ଓ ସମାଧାନ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା କମିଟି ଅଧ୍ୟକ୍ଷ ଶୈଳେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଅନ୍ତେବାସୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏବଂ ଧାମନଗର ବିଧାୟକ ବିଷ୍ଣୁ ସେଠୀ ଯୋଗ ଦେଇଥିଲେ । ଆଲୋଚନା ସଭାରେ ଭଦ୍ରକର ଦୀର୍ଘ ଦିନର ଦାବି ଏକ ମେଡିକାଲ କଲେଜ ସାଙ୍ଗକୁ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ଚାନ୍ଦବାଲି ଦିଗଛିଆ ଠାରେ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ଆବଶ୍ୟକତା ନେଇ ଆଲୋଚକମାନେ ବକ୍ତବ୍ୟ ରଖିଥିଲେ ।
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପାଇଁ ୨୦୧୨-୧୩ ମସିହାରୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବା ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଡାହାଣିଗଡିଆଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସାଙ୍ଗକୁ ଉକ୍ତ ଛକକୁ ଗୋପବନ୍ଧୁଙ୍କ ନାମରେ ନାମିତ କରିବା, ଡାହାଣିଗଡିଆରୁ ବାଇପାସ ପର୍ଯ୍ୟନ୍ତ ରାସ୍ତାକୁ ଗୋପବନ୍ଧୁ ମାର୍ଗ, ଆଧୁନିକୀକରଣ ହେଉଥିବା ଚାନ୍ଦବାଲି ବାଇପାସ୍ ଛକକୁ କାନ୍ତକବି ଗୋଲେଇ ନାମରେ ନାମିତ କରିବା ସହିତ ଉକ୍ତ ଗୋଲେଇ ସ୍ଥଳରେ କାନ୍ତକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା, ବାଇପାସଠାରୁ ମହତାବ ଛକ ପର୍ଯ୍ୟନ୍ତ ରାସ୍ତାକୁ କାନ୍ତକବି ମାର୍ଗ, ମହତାବ ଛକଠାରେ ମହତାବଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାନରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ଆଦି ନେଇ ଆଲୋଚକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଲୋଚନାର ଉତ୍ତରରେ ବିଧାୟକ ଶ୍ରୀ ମଲ୍ଲିକ ଭଦ୍ରକରେ ଖୁବ୍ ଶୀଘ୍ର ମେଡିକାଲ କଲେଜ ସାଙ୍ଗକୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନିଶ୍ଚିତ ବୋଲି କହିବା ସଂଗେ ସଂଗେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା ସରିଛି ବୋଲି କହିବା ସଙ୍ଗେ ସଙ୍ଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଖୁବ୍ ଶୀଘ୍ର ସ୍ଥାନାନ୍ତର ହେବ । ଭଦ୍ରକ ଜିଲ୍ଲାକୁ ସରସ ସୁନ୍ଦର କରିବା ପାଇଁ ପର୍ଯ୍ୟାୟ କ୍ରମେ ସବୁ ସୁବିଧା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*