ଋଣମୁକ୍ତ ହେବ ରିଲାୟନ୍ସ ସମୂହ ସାଉଦୀ ଅରାମକୋ ସହ ଡିଲ୍‌, ଜମ୍ମୁର ବିକାଶ ପାଇଁ ମୁକେଶଙ୍କ ପ୍ରତିବଦ୍ଧତା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମୁକେଶ ଅମ୍ବାନୀଙ୍କ ରିଲାୟନ୍ସ ଗ୍ରୁପ୍‌ ଆସନ୍ତା ଦେଢବର୍ଷ ମଧ୍ୟରେ ଋଣମୁକ୍ତ ହେବ । ସୋମବାର ଅନୁଷ୍ଠିତ କମ୍ପାନୀର ୪୨ତମ ବାର୍ଷିକ ସାଧାରଣ ବୈଠକ ଅବସରରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ତୈଳ,ରସାୟନ ଏବଂ ଇନ୍ଧନ ଖୁଚୁରା ବ୍ୟବସାୟର ଅଂଶଧନ ବିକି୍ର କରି ଏହି ଲକ୍ଷ୍ୟ ହାସଲ କରାଯିବ । ବର୍ତ୍ତମାନ ରିଲାୟନ୍ସ ସମୂହ ଉପରେ ମୋଟ୍‌ ୨,୮୮,୨୪୩ କୋଟି ଟଙ୍କାର ଋଣ ବୋଝ ରହିଛି ।
ମୁକେଶ କହିଛନ୍ତି ଯେ, କମ୍ପାନୀ ତୈଳ ଏବଂ ରସାୟନ ବିଭାଗର ୨୦% ଅଂଶଧନ ସାଉଦୀ ଅରାମକୋକୁ ବିକି୍ର କରିବ । ଏହି ଡିଲ୍‌ ପାଖାପାଖି ୧୫ଅରବ ଡଲାର ଅର୍ଥାତ୍‌ ୧.୦୬ ଲକ୍ଷ କୋଟିରେ ପୁରଣ ହେବାର ଆଶା କରାଯାଉଛି । ଅରାମକୋ ହେଉଛି ବିଶ୍ୱର ଅଶୋଧିତ ତୈଳ ରପ୍ତାନି କରୁଥିବା କମ୍ପାନୀ । ଏଥିସହ କମ୍ପାନୀ ଖୁଚୁରା ଇନ୍ଧନ କାରବାରର ୪୯ % ଅଂଶଧନ ବି୍ରଟେନର କମ୍ପାନୀ ବିପିକୁ ବିକି୍ର କରିବ । ଏହା ମାଧ୍ୟମରେ ମିଳିବ ୭ହଜାର କୋଟି ଟଙ୍କା ।
ମୁକେଶ ସାଉଦୀ ଅରାମକୋ ସହ ବୁଝାମଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହା ଖାଲି ଯେ, ରିଲାୟନ୍ସ ଇତିହାସରେ ସବୁଠୁ ବଡ଼ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ)ହେବ ନାହିଁ ବରଂ ଏହା ଦେଶର ସବୁଠୁ ବଡ଼ ଏଫ୍‌ଡିଆଇ ମଧ୍ୟରେ ସାମିଲ ହେବ । ଏହି ଦୁଇ ଡିଲ୍‌ ମାଧ୍ୟମରେ ମିଳିବାକୁ ଥିବା ଅର୍ଥରେ ରିଲାୟନ୍ସ ଇନ୍ଦଷ୍ଟି୍ରଜ ନିଜ ଉପରେ ଥିବା ଋଣ ବୋଝକୁ ହ୍ରାସ କରିବାର ଗୁରୁତ୍ୱ ଦେବ । ମୁକେଶ ଆହୁରି କହିଛନ୍ତି ଯେ, ଏହା ବ୍ୟତିରେକେ ଆମେ ଅନ୍ୟ କିଛି ନେଣଦେଣ ମାଧ୍ୟମରେ ଆସନ୍ତା ୧୮ ମାସ ମଧ୍ୟରେ ଋଣମୁକ୍ତ ହେବୁ । ଶୂନ ଋଣ ଯୁକ୍ତ କମ୍ପାନୀ ବନିବା ନେଇ ଆମେ ଏକ ସ୍ୱତନ୍ତ୍ର ରୋଡ ମ୍ୟାଚ୍‌ ପ୍ରସ୍ତୁତ କରିଛୁ । ଆସନ୍ତା ୫ ବର୍ଷ ମଧ୍ୟରେ ଜିଓ ଏବଂ ରିଲାୟନ୍ସ ରିଟେଲକୁ ସେୟାର ବଜାରରେ ତାଲିକାଭୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି ।
ମୋଦୀଙ୍କୁ ସମର୍ଥନ
ମୁକେଶ କହିଛନ୍ତି ଯେ, ବର୍ତ୍ତମାନ ଦେଶର ଅର୍ଥନୀତି ଉପରେ ମାନ୍ଦାବସ୍ଥାର ବାଦଲ ଘେରି ରହିଛି । ହେଲେ ଏଥିରୁ ମୁକୁଳିବା ପାଇଁ ଆମର ଭିତ୍ତିଭୂମି ବେଶ ମଜବୁତ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସୁଦ୍ଧା ଯେଉଁ ୫ ଟି୍ରଲିୟନ୍‌ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖିଛନ୍ତି ତାହା ହାସଲ ହେବ । ୨୦୩୦ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥା ୧୦ ଟି୍ରଲିୟନ ଡଲାର ଅର୍ଥନୀତି ହୋଇପାରିବ ।
ଏହି ଅବସରରେ ମୁକେଶ କହିଛନ୍ତି ଆମ ଗ୍ରୁପ୍‌ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଏବଂ ଲଦାଖର ବିକାଶ କାର୍ଯ୍ୟରେ ସହଯୋଗ ପାଇଁ ଏକ ସ୍ପେଶାଲ ଟ୍ୟାକ୍ସଫୋର୍ସ ଗଠନ କରିବ । ଆମେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ବିକାଶ ଏବଂ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିବଦ୍ଧ ଅଟୁ । ଆସନ୍ତା ଦିନରେ ଏନେଇ କିଛି ବଡ଼ ଘୋଷଣା ଆମେ କରିବୁ । ସୂଚନାଯୋଗ୍ୟ ଯେ, ଧାରା-୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧନ କରିବା ସମୟରେ ଦେଶ ଓ ବିଦେଶର କମ୍ପାନୀମାନଙ୍କୁ ଏଠାରେ ନିବେଶ କରିବା ପାଇଁ ଅନୁରୋଧ କରିଥିଲେ । ଏଥିସହ ସେ ବଲିଉଡ୍‌ ଠାରୁ ଆରମ୍ଭ କରି ପର୍ଯ୍ୟଟନ ଉଦ୍ୟୋଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଦୁଇ କେନ୍ଦ୍ରଶାସିିତ ଅଞ୍ଚଳକୁ ଦୃଷ୍ଟି ଦେବା ପାଇଁ ଆହ୍ୱାନ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ନେଇ ଅମ୍ବାନୀ କହିଛନ୍ତି ଯେ, ଭାରତ ଏବଂ ରିଲାୟନ୍ସର ଭବିଷ୍ୟତ ପୂର୍ବରୁ କେବେ ବି ଏତେ ଉଜ୍ଜ୍ୱଳ ନଥିଲା । ଏବେ ଭାରତ ନୂଆ ଭାରତରେ ବଦଳିବାକୁ ଯାଉଥିଲା ବେଳେ ରିଲାୟନ୍ସ ମଧ୍ୟ ନିଜକୁ ନୂଆ ରିଲାୟନ୍ସ ଭାବେ ବଦଳାଇବାରେ ଲାଗିଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*