୩୦୦ କୋଟି ଟଙ୍କାର ଚିଟ୍‌ଫଣ୍ଡ ଫନ୍ଦ ଗଲା କୁଆଡ଼େ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନବୀନ ସରକାର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବାନ୍ଧବୀ ପ୍ରୀତି ଏବଂ କାଗ୍‌ ରିପୋର୍ଟ କାରଣରୁ ୧୭ ଦିନ ଆଗରୁ ବିଧାନସଭାର ଶୀତକାଳୀନ ଅଧିବେଶନକୁ ବନ୍ଦ କରିଦେଲେ ବୋଲି ଯେଉଁ ଅଭିଯୋଗ ଉଠୁଛି, ସେହି ଅଭିଯୋଗ ପଛରେ ସତ୍ୟତା ରହିଥିବା କ୍ରମଶଃ ହୃଦ୍‌ବୋଧ ହେଉଛି । ଶନିବାର ଦିନ ଅନେକଗୁଡ଼ିଏ ଅଖାଡ଼ୁଆ ପ୍ରଶ୍ନ କାଗ୍‌ ରିପୋର୍ଟକୁ ଭିତ୍ତିକରି ପଚାରିଛି ଭାରତୀୟ ଜନତା ପାର୍ଟି ।
ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିତ୍ତୀୟ ପରିଚାଳନା ସଂକ୍ରାନ୍ତ ତ୍ରୁଟି ଉଠାଉ ଉଠାଉ ଚିଟ୍‌ଫନ୍ଦ ଆଡ଼କୁ ଯାଇଥିଲେ । ଚିଟ୍‌ଫନ୍ଦ କ୍ଷତିଗ୍ରସ୍ତଙ୍କ ଲାଗି ୨୦୧୪ ନିର୍ବାଚନ ପୂର୍ବରୁ ନବୀନ ସରକାର ଯେଉଁ ୩୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ଗଠନ ଘୋଷଣା କରିଥିଲେ, ସେହି ପାଣ୍ଠି କ’ଣ ହେଲା ବୋଲି ପ୍ରଶ୍ନ କରିଥିଲେ ଲେଖା । କାହିଁକି କ୍ଷୁଦ୍ର ଜମାକାରୀ ଅର୍ଥ ଫେରସ୍ତ ପାଇନାହାନ୍ତି, ତାହା ଉଠାଇବା ଅବସରରେ ଲେଖା ଏହି କର୍ପସ୍‌ ପାଣ୍ଠି ଗଲା କୁଆଡ଼େ ବୋଲି ଜାଣିବାକୁ ଚାହିଁଛନ୍ତି ।
ନବୀନ ସରକାରଙ୍କ ପ୍ରତିଟି ଘୋଷଣା ପଛରେ ଭୋଟରଙ୍କ ଭୟ ଛପି ରହିଥାଏ । ଏମ୍‌ଏମ୍‌ ଦାସ କମିଶନଙ୍କ କାର୍ଯ୍ୟକାଳ ବଢ଼େଇ ଚାଲିଥିଲେ ହେଁ ସରକାର ଯେଉଁସବୁ ଅନ୍ତରୀଣ ରିପୋର୍ଟ କମିଶନ ଦେଇଛନ୍ତି, ତାହାରି ଆଧାରରେ ଘୋଷିତ କର୍ପସ୍‌ ପାଣ୍ଠିରୁ କାହିଁକି ଅର୍ଥ ଦେଉ ନାହାନ୍ତି ସରକାର? ସେଥିପାଇଁ ଲେଖା ରାଜ୍ୟରେ ପ୍ରତାରଣାର ସରକାର ଚାଲିଛି ବୋଲି ଆକ୍ଷେପ କରିଥିଲେ ।
ସୁପି୍ରମକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଖଣି ସମୃଦ୍ଧ ଅଞ୍ଚଳର ବିକାଶ ନିମନ୍ତେ ମିନେରାଲ୍‌ ଡେଭଲପ୍‌ମେଣ୍ଟ ପାଣ୍ଠି ଗଠିତ ହୋଇଛି । ଏଥିରେ ୧୧ହଜାର ୫୬୮ କୋଟି ଟଙ୍କା ଜମାହୋଇ ପଡ଼ିରହିଛି । କିନ୍ତୁ ଏଥିରୁ ଟଙ୍କାଟିଏ ସେ ଅଞ୍ଚଳର ବିକାଶ ପାଇଁ ସରକାର ଖର୍ଚ୍ଚ କରିପାରି ନାହାନ୍ତି ବୋଲି ଅଭିଯୋଗ କରିଥିଲେ ଲେଖା ।
ଭାଜପାର ରାଜ୍ୟ ସମ୍ପାଦିକା କାଗ୍‌ ରିପୋର୍ଟ ଆଧାରରେ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ଲକ୍ଷେ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବଜେଟ୍‌ ପାସ୍‌ କରି ବାଃବାଃ ନେଉଛନ୍ତି ସରକାର । ମାତ୍ର ଗତ ବଜେଟ୍‌ ଅନୁମୋଦନରୁ ୨୧ହଜାର ୨୦୬ କୋଟି ଟଙ୍କା ଖର୍ଚ୍ଚ କରିପାରି ନାହାନ୍ତି ସରକାର । ରିଜର୍ଭ ବ୍ୟାଙ୍କରେ ରାଜ୍ୟ ସରକାରଙ୍କର ୩୦ହଜାର ୮୪୮ କୋଟି ଟଙ୍କା ପଡ଼ି ରହିଥିବା ବେଳେ କାହିଁକି ଏବଂ କାହା ସ୍ୱାର୍ଥରେ ବଜାରରୁ ୬ରୁ ୮% ସୁଧରେ ୧୨ହଜାର ୧୩୦ କୋଟି ଟଙ୍କା ଋଣ କରାଗଲା? ଏହା କାହା ପକେଟ୍‌କୁ ଯାଇଛି ବୋଲି ପ୍ରଶ୍ନ କରିଥିଲେ ଲେଖାଶ୍ରୀ । ଅଭିଯୋଗ କରିଥିଲେ ଯେ, ଯଦି ଏହି ଋଣ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟ ସାମାଜିକ କଲ୍ୟାଣ କ୍ଷେତ୍ରରେ ବିନିଯୋଗ ହୋଇଥାନ୍ତା, ତେବେ ସରକାରଙ୍କର ଉଦେ୍ଦଶ୍ୟ ମହତ ବୋଲି କୁହାଯାଇ ପାରିଥାନ୍ତା । କିନ୍ତୁ ଯେଉଁଠି ଅଧିକ ଦୁର୍ନୀତି ହୋଇପାରିବ, ଅଧିକ ପିସି ମିଳିବ, ଯେଉଁ କ୍ଷେତ୍ରରେ ହିସାବ ରହିବ ନାହିଁ, ସେହିସବୁ କ୍ଷେତ୍ରରେ ଏହି ଟଙ୍କା ବିନିଯୋଗ କରି ନବୀନ ସରକାର ନିଜକୁ ୧୦୦% ପିସି ସରକାର ବୋଲି ପ୍ରମାଣିତ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*