+୨ରେ କିସରୁ ୧୩୩୮ ପରୀକ୍ଷାର୍ଥୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେଉଥିବା +୨ ପରୀକ୍ଷାରେ କିସ୍‌୍ର ୧୩୩୮ ଛାତ୍ରଛାତ୍ରୀ କଳା, ବିଜ୍ଞାନ ଓ ବାଣିଜ୍ୟରେ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଛାତ୍ରୀ ରହିଛନ୍ତି । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଆଦିମ ଜନଜାତି ସଂପ୍ରଦାୟର । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ସଉରା ଜନଜାତିର ଛାତ୍ରୀ । କିସ୍ ସର୍ବଦା ବାଳିକା ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସୁଥିବାରୁ କ୍ରମାଗତ ଭାବେ +୨ରେ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇପାରିଛି । ଚଳିତବର୍ଷ ମ୍ୟାଟି୍ରକ୍ ପରୀକ୍ଷାରେ କିସ୍ର ଯେତିକି ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଛାତ୍ରୀ । କିସ୍ କ୍ରମାଗତ ଭାବେ ସମସ୍ତଙ୍କ ପାଇଁ ଶିକ୍ଷା, କନ୍ୟା କିରଣ ଏବଂ ଆର୍ଟ ଅଫ୍ ଗିଭିଂ ମାଧ୍ୟମରେ ଓଡ଼ିଶାର ଜନଜାତି ଅଧ୍ୟୁଷିତ ଜିଲ୍ଲାଗୁଡ଼ିକ ସମେତ ସମସ୍ତ ଜିଲ୍ଲାରେ ବାଳିକା ଶିକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରିଆସୁଛି । ଫଳରେ ଜନଜାତି ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ବାଳିକା ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । କିସ୍ରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଛାତ୍ର । +୨ ପରୀକ୍ଷା ଅବ୍ୟବହିତ ପୂର୍ବରୁ ବୁଧବାର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସମସ୍ତ ପରୀକ୍ଷାର୍ଥୀଙ୍କ ଶୁଭ କାମନା କରିବା ସହ ସେମାନଙ୍କୁ କଲମ ବଣ୍ଟନ କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ +୨ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିବେ ବୋଲି ଆଶା ପୋଷଣ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*