ସୁଶାନ୍ତଙ୍କ ନୂଆ ଫିଲ୍ମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

‘ଦିଲ୍‌ ବେଚାରା’
ସୁଶାନ୍ତ ସିଂ ରାଜପୁତ୍‌ ନିଜର ଆଗାମୀ ଫିଲ୍ମ ‘ଦିଲ୍‌ ବେଚାରା’ ପାଇଁ ବ୍ୟସ୍ତ ଅଛନ୍ତି । ‘ଦିଲ୍‌ ବେଚାରା’ରେ ସୁଶାନ୍ତଙ୍କ ସହିତ ସଞ୍ଜନା ସଂଘୀ ମଧ୍ୟ ନଜର ଅସୁଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ଫାଇନାଲ ରିଲିଜ୍‌ ଡେଟ୍‌ ମଧ୍ୟ ସାମ୍ନାକୁ ଆସିଯାଇଛି । ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ଫିଲ୍ମଟିର ରିଲିଜ୍‌ ଡେଟ୍‌କୁ ନେଇ ଟ୍ୱିଟ୍‌ କରିଛନ୍ତି । ତରଣ ଆଦର୍ଶଙ୍କ ଟ୍ୱିଟ୍‌ ମୁତାବକ, ଫିଲ୍ମଟି ଆସନ୍ତା ବର୍ଷ ମେ ୮ରେ ବଡ଼ ପରଦାରେ ରିଲିଜ୍‌ ହେବ । ସଞ୍ଜନା ମଧ୍ୟ ଫିଲ୍ମର ରିଲିଜ ଡେଟ୍‌କୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି । ଏହି ଫିଲ୍ମଟି ଏକ ଲଭ୍‌ ଷ୍ଟୋରୀ ଅଟେ, ଯେଉଁଥିରେ ସୁଶାନ୍ତ ଏବଂ ସଞ୍ଜନା ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଫିଲ୍ମର ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଯାଇଛି । ଏଥିରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରିବେ ବୋଲି ନିଦେ୍ର୍ଦଶକଙ୍କ ବିଶ୍ୱାସ ରହିଛି । ଫିଲ୍ମଟି ହଲିଉଡ ଫିଲ୍ମ ‘ଦି ଫଲ୍ଟ ଇନ୍‌ ଆୱର ଷ୍ଟାର୍ସ’ର ରିମେକ୍‌ ଅଟେ । ‘ଦି ଫଲ୍ଟ ଇନ୍‌ ଆୱର ଷ୍ଟାର୍ସ’ ଫିଲ୍ମଟି ଜନ୍‌ ଗ୍ରୀନ୍‌ଙ୍କ ନୋବେଲ ଉପରେ ଆଧାରିତ ।
ଅଭିନେତ୍ରୀ ସଞ୍ଜନା ସଂଘୀ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବୁ୍ୟ କରିବାକୁ ଯାଉଛନ୍ତି । ତେବେ ସଞ୍ଜନା ପୂର୍ବରୁ ‘ରକ୍‌ଷ୍ଟାର୍‌’, ‘ହିନ୍ଦୀ ମିଡ଼ିୟମ୍‌’, ‘ଫୁକ୍‌ରେ ରିଟର୍ଣ୍ଣସ୍‌’ ଭଳି ଫିଲ୍ମଗୁଡ଼ିକରେ ଛୋଟ ଭୂମିକାରେ ନଜର ଆସିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*