ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେନି ପୂର୍ବତନ କମିଶନର୍‌ ରାଜୀବ କୁମାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କଲିକତାର ପୂର୍ବତନ କମିଶନର୍‌ ରାଜୀବ କୁମାରଙ୍କୁ ସିବିଆଇର ବାରମ୍ବାର ସମନ୍‌ ସତ୍ତ୍ୱେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇନଥିବା ଜଣାପଡ଼ିଛି । ସୂଚନାଥାଉ ଯେ, ଶାରଦା ଚିଟ୍ ଫନ୍ଦ ମାମଲାରେ ପଚରାଉଚରା ଲାଗି ସୋମବାର ଅପରାହ୍ନ ୨ଟା ସମୟରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ଲାଗି ନିଦେ୍ର୍ଦଶ ଦିଆଯାଇଥିଲା । ହେଲେ ସେ ଉପସ୍ଥିତ ହୋଇନଥିଲେ । ଗତ ଶନିବାର ପରେ ରାଜୀବ ଦ୍ୱିତୀୟ ଥର ପାଇଁ ସିବିଆର ନିଦେ୍ର୍ଦଶକୁ ଅବମାନନା କରିଛନ୍ତି ପୂର୍ବତନ କମିଶନର । ସିବିଆଇ ରବିବାର ଦିନ ପଶ୍ଚିମବଙ୍ଗ ସରକାରଙ୍କଙ୍କୁ ଚିଠି ଲେଖି ରାଜୀବ କୁମାରଙ୍କୁ ଶୀଘ୍ର ହାଜର ହେବା ଲାଗି ନିଦେ୍ର୍ଦଶ ଦେବାକୁ ଅନୁରୋଧ କରିଥିଲେ । ଗତ ରବିବାର କଲିକତା ହାଇକୋର୍ଟ ରାଜୀବ କୁମାରଙ୍କୁ ଗିରଫଦାରୀ ବର୍ତ୍ତିବା ପାଇଁ ଦେଇଥିବା ସଂରକ୍ଷଣକୁ ପ୍ରତ୍ୟାହାର କରିନେଇଥିଲେ । ଏହାପର ଠାରୁ ରାଜୀବଙ୍କୁ ଗିରଫ କରିବାର ସମସ୍ତ ରାସ୍ତା ଖୋଲିଯାଇଥିଲା । ହେଲେ ରାଜୀବ ସେବେଠାରୁ ଆତ୍ମଗୋପନ କରିଛନ୍ତି । ସିବିଆଇ ରାଜୀବଙ୍କ ସନ୍ଧାନ ଲାଗି ପଶ୍ଚିମବଙ୍ଗ ଗୃହ ସଚିବ, ମୁଖ୍ୟ ସଚିବ ଓ ଡିଜିପିଙ୍କୁ ପତ୍ର ଲେଖିଛନ୍ତି । ରାଜୀବ ଛୁଟିରେ ରହି ଇମେଲ ଜରିଆରେ ସିବିଆଇକୁ ନିଜର କିଛି ବ୍ୟକ୍ତିଗତ କାରଣ ଯୋଗୁଁ କିଛି ଦିନର ସମୟ ଦେବା ଲାଗି ଅନୁରୋଧ କରିଥିଲେ । ମାତ୍ର ସିବିଆଇ ତାଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*