ସିନିୟର ମହିଳା ଫୁଟବଲ ସେମିରେ ପ୍ରବେଶ କଲା ଓଡ଼ିଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର
ଅରୁଣାଚଳପ୍ରଦେଶର ପାଶିଘାଟଠାରେ ଚାଲିଥିବା ୨୫ତମ ସିନିୟର ଜାତୀୟ ମହିଳା ଫୁଟବଲ ପ୍ରତିଯୋଗିତାରେ ଶୁକ୍ରବାର ଦିନ ଓଡ଼ିଶା ଦଳ ଦମଦାର ପ୍ରଦର୍ଶନ କରିଛି । ଶକ୍ତିଶାଳୀ ଅରୁଣାଚଳପ୍ରଦେଶକୁ କ୍ୱାର୍ଟର ଫାଇନାଲରେ ୫-୦ରେ ହରାଇ ଚମକପ୍ରଦ ବିଜୟ ପାଇଛି । ଅରୁଣାଚଳର ସିଏଚ୍‌ଏଫ୍‌ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ପକ୍ଷରୁ ଦୀପା ନାୟକ ୧୬ ଓ ୭୪ତମ ମିନିଟରେ ବ୍ୟକ୍ତିଗତ ୨ଟି ଗୋଲ କରିଥିଲେ । ରୁନି ନାୟକ ୩୯, ଯଶୋଦା ମୁନ୍ଦା ୪୫ ଏବଂ ସୁମିତ୍ରା ଖାଲକୋ ୭୧ତମ ମିନିଟରେ ଅନ୍ୟ ଗୋଲ ଗୁଡ଼ିକ ସ୍କୋର କରିଥିଲେ । ରବିବାର ଦିନ ସେମି ଫାଇନାଲରେ ଓଡ଼ିଶା ଆଉ ଏକ ଶକ୍ତିଶାଳୀ ଦଳ ରେଳବାଇ ବିପକ୍ଷରେ ଖେଳିବ । ଶୁକ୍ରବାର ଅନ୍ୟ ଏକ ସେମିଫାଇନାଲ୍‌ରେ ମଣିପୁର ଦଳ ଝାଡ଼ଖନ୍ଦକୁ ୧୫-୨ ଗୋଲ୍‌ରେ ପରାଜିତ କରିଛି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଖେଳାଳି ବାଲା ଦେବୀ ଏକାକି ୧୦ଟି ଗୋଲ୍‌ ଏହି ମ୍ୟାଚ୍‌ରେ ସ୍କୋର କରି ରେକର୍ଡ ସ୍ଥାପନ କରିଛନ୍ତି । ସେ ୮, ୧୬, ୨୬, ୩୧,୩୩, ୩୫, ୪୭, ୫୨, ୭୭ ଏବଂ ୮୪ତମ ମିନିଟ୍‌ରେ ଗୋଲ୍‌ଗୁଡ଼ିକ ଦେଇଥିଲେ । ଦୟା ଦେବୀ ଦେଇଥିଲେ ୪ ଗୋଲ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*