ସର୍ବନିମ୍ନ ସୁବିଧା ପ୍ରଦାନରେ ପ୍ରଶାସନିକ ଉଦାସୀନତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
ବାଲେଶ୍ୱର

ଅମୃତ ଯୋଜନାରେ ସାମିଲ ହୋଇଥିବା ବାଲେଶ୍ୱର ସହରର ଜନସାଧାରଣଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ପ୍ରଦାନରେ ଜିଲ୍ଲା ପ୍ରଶାସନର ଉଦାସୀନତା ତଥା ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରାକୁ ନେଇ ଜନଅସନ୍ତୋଷ କ୍ରମଶଃ ଦାନା ବାନ୍ଧିବାରେ ଲାଗିଛି ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସାମାଜିକ ତଥା ଗଣ ସଂଗଠନର କର୍ମକର୍ତ୍ତା ଏବଂ ସଚେତନ ବ୍ୟକ୍ତିମାନେ ଯୋଗ ଦେଇ ପ୍ରଶାସନ ଏବଂ ନିର୍ବାଚିତ ଲୋକପ୍ରତିନିଧିଙ୍କ ଖାମଖିଆଲି କାର୍ଯ୍ୟଧାରାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।
ବ୍ରିଟିଶ ଅମଳରୁ ସଂସ୍କୃତି ତଥା ଐତିହ୍ୟ ସମ୍ପନ୍ନର ଖାତି ଅର୍ଜନ କରିଥିବା ବାଲେଶ୍ୱର ସହର ଏବେ ଶ୍ରୀହୀନ ହୋଇପଡ଼ିଛି ବୋଲି ସମାଜସେବୀ ବିକ୍ରମ ପନ୍ଦା ସାମ୍ବାଦିକ ସମ୍ମିଳନୀରେ ଆରୋପ ଉଠାଇଥିଲେ । ସାଧାରଣ ନିର୍ବାଚନ ପରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ବି ତାଙ୍କର ଅଧିକାଂଶ ସମୟ ଦିଲ୍ଲୀରେ ବିତୁଥିବା ବେଳେ ଅସୁସ୍ଥତା କାରଣରୁ ସଦର ବିଧାୟକଙ୍କଠାରେ ଆଗ ଭଳି ଆଉ କ୍ରିୟାଶୀଳତା ଦେଖିବାକୁ ମିଳୁ ନାହିଁ । ଅନ୍ୟ ପକ୍ଷରେ ବାଲେଶ୍ୱରର ଯୁବ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆଚରଣରେ ସମ୍ପ୍ରତି ବାର୍ଦ୍ଧକ୍ୟତା ପରିପ୍ରକାଶ ହେଲାଣି । ସେହିଭଳି ଏବେ ପୌର ପରିଷଦ ନଥିବା ବେଳେ ସହରର ବିକାଶଧାରା ଏକ ପ୍ରକାର ଠପ ହୋଇଯାଇଥିବା ଶ୍ରୀ ପନ୍ଦା କହିଥିଲେ । ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ପ୍ରଦାନରେ ଉଭୟ ପ୍ରଶାସନ ଓ ରାଜନେତା ବିଫଳ ହୋଇଥିବା ବେଳେ ଗଣ ଆନେ୍ଦାଳନ ଏକମାତ୍ର ପନ୍ଥା ବୋଲି ଶ୍ରୀ ପନ୍ଦା ସୂଚନା ଦେଇଥିଲେ ।
ଏନେଇ ଜିଲ୍ଲାପାଳ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଓ ସଦର ବିଧାୟକ ଶ୍ରୀ ଦତ୍ତଙ୍କୁ ଖୁବଶୀଘ୍ର ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ପନ୍ଦା କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*