ଶିବପାଳଙ୍କ ଘୋଷଣା ପ୍ରାର୍ଥିତ୍ୱ ରଦ୍ଦ ପରେ ଲଢିବି ଉପନିର୍ବାଚନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଇଟାୱା

ସପା ପକ୍ଷରୁ ଇଟାୱାର ଯଶବନ୍ତନଗରର ଦଳୀୟ ବିଧାୟକ ଶିବପାଳ ସିଂ ଯାଦବଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପ୍ରକି୍ରୟା ଆରମ୍ଭ ହୋଇଛି । ଆଉ ଏହି ପରିପ୍ରେକ୍ଷୀରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି (ଲୋହିଆ)ର ଅଧ୍ୟକ୍ଷ ଶିବପାଳ ସିଂ ଯାଦବ ମଧ୍ୟ ନିଜର ଆଗାମୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ଶିବପାଳ ଯଶବନ୍ତନଗର ଆସନରୁ ନିର୍ବାଚନ ଲଢିବାର ଘୋଷଣା କରିସାରିଲେଣି । ସପା ପକ୍ଷରୁ ତାଙ୍କ ସଦସ୍ୟତା ରଦ୍ଦ ପ୍ରକି୍ରୟା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଯଦି ସଦସ୍ୟତା ରଦ୍ଦ ହୁଏ ତେବେ ମୁଁ ଯଶବନ୍ତନଗରରୁ ହିଁ ନିର୍ବାଚନ ଲଢିବି । ସଫେଇରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ଯଶବନ୍ତନଗର ହେଉଛି ମୋ ଗଡ଼ । ମୋ ବିରୋଧରେ ଯିଏ ଠିଆ ହେବ ତାଙ୍କର ଅମାନତ ରହିବ ନାହିଁ । ତେବେ ମୋ ପାଇଁ ନେତାଜୀଙ୍କୁ ନିର୍ବାଚନ ପ୍ରଚାର କରିବାକୁ ହେବ । ବୁଧବାର ଶିବପାଳ ରାଜ୍ୟରେ କୃଷକ ସମସ୍ୟା, ବର୍ଦ୍ଧିତ ବିଜୁଳି ବିଲ୍‌କୁ ନେଇ ନିଜ ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭରେ ସାମିଲ ହୋଇଥିଲେ । ସୂଚନା ଅନୁସାରେ ସପା ପକ୍ଷରୁ ଶିବପାଳଙ୍କ ସଦସ୍ୟତା ନେଇ ଆବେଦନ କରାଯାଇଥିଲା ବେଳେ ଏହାର ନିଷ୍ପତ୍ତି ଏବେ ବିଧାନସଭା ଅଧ୍ୟକ୍ଷଙ୍କ ହାତରେ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*