ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ନେଇ ବିକ୍ଷୋଭ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କରଞ୍ଜିଆ

କରଞ୍ଜିଆ ଉପଖନ୍ଦରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଥିବା ନେଇ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୪ ଦଫା ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ଭୁବନ ବିହାରୀ ସାହୁଙ୍କ ନେତୃତ୍ୱରେ ନଗର କଂଗ୍ରେସ ସଭାପତି ଲାଳନ ସିଂ, ଧରଣୀଧର ମହାନ୍ତ, ଲୀଳାବତୀ ମହାନ୍ତ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ସଙ୍ଗୀତ ମହାବିଦ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ଏହା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୪ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ପାଞ୍ଚପିଢ଼ ଉପଖନ୍ଦର ସଦର ମହାକୁମାଠାରେ ଉପଖନ୍ଦ ଚିକିତ୍ସାଳୟ ଥିଲେ ମଧ୍ୟ ଏଠାକାର ଭିତ୍ତିଭୂମିର ଘୋର ଅଭାବ ଦେଖାଯାଇଛି ବୋଲି ଭୁବନ ବିହାରୀ ସାହୁ ପ୍ରକାଶ କରିଥିଲେ । ଏହି ଚିକିତ୍ସାଳୟରେ ୨୨ ଜଣ ଡାକ୍ତରଙ୍କ ସ୍ଥାନରେ ୮ ଜଣ ଡାକ୍ତର ଏବଂ ୫୧ ଜଣ ସେବିକାଙ୍କ ସ୍ଥାନରେ ୭ ଜଣ ଥିବା ଯୋଗୁଁ ତୁରନ୍ତ ଏ ସବୁ ଖାଲି ସ୍ଥାନର ପୂରଣ ଦିଗରେ ପଦକ୍ଷେପ ନେବା ପାଇଁ ସେ ଦାବି କରିଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପଦବୀ ଶୂନ୍ୟ ପଡ଼ିଥିବା ଯୋଗୁଁ ଏହି ଦୁଇ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଦିବାସୀ ଓ ହରିଜନ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । କରଞ୍ଜିଆ ସହକାରୀ ଉଚ୍ଚବିଦ୍ୟାଳୟ ସହ ପାଞ୍ଚପିଢ଼ ଉପଖନ୍ଦର ଅଧିକାଂଶ ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଶୂନ୍ୟ । ତେଣୁ ଯଥାଶିଘ୍ର ଖାଲି ଥିବା ପଦବୀ ପୂରଣ ପାଇଁ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*