ଶାହାଙ୍କ ମୋହର ଅପେକ୍ଷାରେ ମନୋହର ଏବଂ ଦୁଷ୍ୟନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ଚଣ୍ଡିଗଡ଼
ହରିଆନା ମନ୍ତ୍ରିମନ୍ଦଳର ସମ୍ପ୍ରସାରଣ ଏବେ ବିଧାନସଭାର ବିଶେଷ ଅଧିବେଶନ ପରେ ହିଁ ହେବ । ମନ୍ତ୍ରିମନ୍ଦଳର ଆକାର ଏବଂ ଏଥିରେ ଜଜପାର କେତେ ମନ୍ତ୍ରୀ ରହିବେ ସେହି ସଂଖ୍ୟା ସ୍ଥିର ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ରବିବାର ଦିଲ୍ଲୀ ଗସ୍ତ କରିଥିଲେ । ଏହା ପୂର୍ବରୁ ସେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଏବଂ ଭାଜପାର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷଙ୍କ ସହ ମଧ୍ୟ ବିଚାରବିମର୍ଶ କରିଛନ୍ତି । ଏବେ ଅପେକ୍ଷା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଅନୁମୋଦନ ।
ହରିଆନାର ୧୪ତମ ବିଧାନସଭାର ପ୍ରଥମ ଅଧିବେସନ ସୋମବାର ଠାରୁ ଆରମ୍ଭ ହୋଇଯାଇଛି । ପ୍ରୋଟେମ ସ୍ପିକର ରଘୁବୀର ସିଂ ନବନିର୍ବାଚିତ ବିଧାୟକଙ୍କୁ ଶପଥ ଦେବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସୋମବାର ପ୍ରଥମେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏବଂ ପରେ ଜଜପାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଶପଥ ନେଇଥିଲେ । ବିଧାୟକଙ୍କ ଶପଥ ଗ୍ରହଣ ସରିବା ପରେ ବିଧାନସଭା ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିର୍ବାଚନ ହେବ । ମଙ୍ଗଳବାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ବିଧାନସଭାକୁ ସମ୍ବୋଧିତ କରିବେ ।
ସୂଚନା ଅନୁସାରେ ମନୋହାର ଏବଂ ଦୁଷ୍ୟନ୍ତ ମନ୍ତ୍ରିମନ୍ଦଳ ସମ୍ପ୍ରସାରଣ ଦେଇ ଦୀର୍ଘ ଦିନ ଧରି ବିଚାରବିମର୍ଶ କରିସାରିଛନ୍ତି । ଦୁଷ୍ୟନ୍ତ ତାଙ୍କ ପ୍ରସ୍ତାବ ମଧ୍ୟ ଦେଇସାରିଛନ୍ତି । ଦିଲ୍ଲୀ ଯିବା ପୂର୍ବରୁ ମନୋହର ଭାଜପାର ପ୍ରଦେଶ ଅଧ୍ୟକ୍ଷ ସୁବାସ ବରାଳ ଏବଂ ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀ ସୁରେଶ ଭଟ୍ଟଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିବା କାରଣରୁ ଭାଜପାର ବରିଷ୍ଠ ନେତୃତ୍ୱ ଜଜପା ସହ ଭଲ ସମନ୍ୱୟ ରଖିବାର ପକ୍ଷରେ ଅଛନ୍ତି । ଭାଜପା ଏହି ଗଠବନ୍ଧନକୁ ମଜବୁତ କରିବାର ନିଷ୍ପତ୍ତି ନେଇଛି । ତେଣୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାକୁ ଭାଜପା ଚାହୁଁନାହିଁ । ଜଜପାର ସ୍ୱାର୍ଥକୁ କ୍ୟାବିନେଟ୍‌ ସମ୍ପ୍ରସାରଣରେ ବିଶେଷ ଗୁରୁତ୍ୱ ଦିଆଯିବା କଥା ମଧ୍ୟ କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*