ଶଙ୍କର ମକାଚାଷର କ୍ଷେତ୍ର ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଯଶିପୁର

ଯଶିପୁର ବ୍ଲକ କୃଷି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଶୁକୃଳି ବ୍ଲକ ଓ ରରୁଆ ବ୍ଳକର ୬୦ ଜଣ ଅଗ୍ରଣୀ (ଲାଲ ୪୫୪) ମକା ଚାଷୀଙ୍କୁ ଏକାଠି କରାଯାଇ ମକା ଚାଷ ବିଷୟରେ ଆଲୋଚନା କରାଯାଇଛି । ମକା ଫସଲର କିପରି ଉତ୍ପାଦନ ବୃଦ୍ଧି କରିବା ବିଷୟରେ ଚାଷୀମାନଙ୍କର ପ୍ରତିକ୍ରିୟା ନିଆଯାଇଥିଲା । ଆଗାମୀ ଦିନରେ କିପରି ଅଧିକ ଫସଲ ହେବ ଓ ଚାଷୀମାନେ କିପରି ଅଧିକ ଚାଷ କରି ଲାଭବାନ ହେବେ ସେ ବିଷୟରେ ଚାଷୀଙ୍କୁ ସଚେତନ କରାଗଲା । ଉକ୍ତ ଶିବିରରେ ଡକ୍ଟର ପିଏଚଆଇକି ପ୍ରିନ୍ସିପାଲ, ପ୍ରଧାନ ବୈଜ୍ଞାନିକ (ହାଇଦ୍ରାବାଦ)ଓଡ଼ିଶା ନିଦେ୍ର୍ଦଶକ କ୍ଷେତ୍ର ମୋହନ ବେହେରା, ମୟୂରଭଞ୍ଜ ଜିଲ୍ଲା କୃଷି ଉପନିଦେ୍ର୍ଦଶକ- ଦାମୋଦର ସେଠୀ, ମୟୂରଭଞ୍ଜ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦାକ ସନ୍ତୋଷ କୁମାର ମହାରଣା, ଜିଲ୍ଲା କୃଷି ଅଧିକାରୀ ନନ୍ଦ କିଶୋର ସିଂ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ଦୀପକ ମହାନ୍ତି, ଯଶିପୁର ସହକାରୀ କୃଷି ଅଧିକାରିଣୀ ଶୁଭଲକ୍ଷ୍ମୀ ଦାଶ, କୃଷି ଅଧିକାରୀ ବିଘ୍ନରାଜ ସେଠୀ, ଏଟିଏମ୍‌ ସନ୍ତୋଷ କୁମାର ବେହେରା ଉପସ୍ଥିତଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*