ଲକ୍‌ଡାଉନ୍‌ ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ସିପି କମିଶନରେଟ ପୁଲିସର ନୂଆ କଟକଣା : ପାସ୍ ନଥିଲେ ବାହାରିବ ନି ଗାଡି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ରାଜ୍ୟରେ ଆତଙ୍କ ଖେଳିଯାଇଛି । ରବିବାର ଦିନ ଦେଶବ୍ୟାପୀ ପାଳନ କରାଯାଇଥିଲା ଜନତା କର୍ଫୁ୍ୟ । ହେଲେ ରାଜ୍ୟ ସରକାର ଏହାକୁ ଲକ୍‌ଡାଉନ୍‌ ନିୟମ ଲାଗୁ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଳାରେ ଏହାକୁ କଡାକଡି ଭାବେ ପାଳନ କରାଯାଇଥିବା ବେଳେ ଦ୍ୱିତୀୟ ଦିନ ତଥା ସୋମବାର ଦିନ ରାଜଧାନୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ବେପରୁଆ ଗାଡି ଚାଳକମାନେ ସରକାରଙ୍କ ନିଦେ୍ର୍ଦଶକୁ ଫୁ କରି ଯେଉଁ ଆଡେ ପାରିଲେ ମନଇଛା ଗାଲିଗଲେ । ଫଳରେ କମିଶନରେଟ୍‌ ପୁଲିସ ଗାଡି ଚାଳକମାନଙ୍କୁ ବୁଝାଇ ବୁଝାଇ ନାକେଦମ୍‌ ହୋଇଥିଲା । ଶେଷରେ କମିଶନରେଟ୍‌ ପୁଲିସ କଠୋର ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ଗ୍ରହଣ କରିଛି । ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ, ପାସ୍‌ ନଥିବା ଗାଡି ଚାଳକମାନେ ଘରୁ ବାହାରକୁ ବାହାରି ପାରିବେ ନାହିଁ । ଯେଉଁମାନେ ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କଡା ନିଦେ୍ର୍ଦଶ ଦେଇଛନ୍ତି ଶ୍ରୀ ଷଡଙ୍ଗୀ । ତେବେ ଲକଡାଉନ ଘୋଷଣା ସତ୍ୱେ ଲୋକେ ରାସ୍ତାକୁ ଆସିବା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି । ପୁଲିସ ବୁଝାସୁଝା ପରେ ଯଦି ଲୋକେ ନବୁଝନ୍ତି, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲକ୍ଡାଉନ ସମୟରେ ଯଦି କେହି ବିନା କାରଣରେ ବାହାରେ ବୁଲନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯, ୨୭୦ ଏବଂ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୧୦୦ଦଫା ଲଗାଯାଇ ଗିରଫ କରାଯିବ । ପୁଲିସ ଏହି ପରିସ୍ଥିତିରେ କାହାକୁ ଗିରଫ କରିବାକୁ ଚାହୁଁନି । ପ୍ରଥମେ ଲୋକଙ୍କୁ ସଚେତନ କରାଯାଉଛି । ଯଦି ଲୋକେ ଏହାକୁ ନ ମାନିବେ ତା’ହେଲେ ପୁଲିସ ବାଧ୍ୟ ହୋଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ବୋଲି ପୁଲିସ କମିଶନର କହିଛନ୍ତି । ମହାମାରୀ କରୋନା ଭୁତାଣୁକୁ ନେଇ ରାଜ୍ୟ ସରକାର ଜରୁରୀକାଳିନ ସେବା ଯଥା ଔଷଧ ଦୋକାନ, ମେଡିକାଲ, ରାସନ ଦୋକାନ, ପରିବା ଦୋକାନ, ଓମ୍‌ଫେଡ୍‌ ଦୋକାନକୁ ଛାଡି ଦେଲେ ସମସ୍ତ ଦୋକାନ ବଜାରକୁ ବନ୍ଦ କରିବାକୁ କଡା ନିଦେ୍ର୍ଦଶ ଦିଆଯାଇଛି । ଯେଉଁ ବ୍ୟବସାୟୀ ଏଭଳି ନିୟମକୁ ଅବମାନନା କରି ଦୋକାନ ଖୋଲିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି ଯେଉଁ ବ୍ୟବସାୟୀମାନେ ଚଢ଼ା ଦରରେ ଜିନିଷ ବିକି୍ର କରିବେ ସେମାନଙ୍କ ଉପରେ ସ୍କ୍ୱାଡ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ବିନା ପୁଲିସ ପାସ୍ରେ ଗଡିବ ନାହିଁ କୌଣସି ଘରୋଇ ଗାଡି । ଯେଉଁମାନେ ଗାଡି ବ୍ୟବହାର କରିବାକୁ ଚାହାନ୍ତି ସେମାନେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ପାସ୍ ସଂଗ୍ରହ କରିବେ । ଭୁବନେଶ୍ୱର-କଟକ ପୁଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀ ସୋମବାର ଦିନ ଏହି ଘୋଷଣା କରିଛନ୍ତି । ଗଣମାଧ୍ୟମକୁ ସାକ୍ଷାତ ଦେଇ ସେ କହିଛନ୍ତି, କରେନା ଭୂତାଣୁ ସଂକ୍ରମଣ ପାଇଁ କଟକଣା ଜାରି ହୋଇଥିବା ବେଳେ ଯେଉଁମାନେ ଆବଶ୍ୟକସ୍ଥଳେ ଘରୁ ଗାଡି ବାହାର କରୁଛନ୍ତି, ସେହି ଗାଡି ଚାଳକଙ୍କୁ ଥାନାକୁ ଯାଇ ପାସ୍ ଆଣିବାକୁ ପଡିବ । କେବଳ ଏତିକି ନୁହେଁ, ଯେଉଁମାନଙ୍କର ଯିବାର ଅନୁମତି ଅଛି ସେମାନଙ୍କୁ ବି ଥାନାରୁ ପାସ୍ ଆଣିବାକୁ ହେବ । ଗଣମାଧ୍ୟମକର୍ମୀଙ୍କୁ ମଧ୍ୟ ପାସ୍ ବ୍ୟବହାର କରିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ସଚିବାଳୟର ଅତ୍ୟାବଶ୍ୟକୀୟ ବିଭାଗର କର୍ମଚାରୀଙ୍କୁ ଗୃହବିଭାଗ ପାସ୍ ଇସୁ୍ୟ କରୁଥିବା ବେଳେ ହସ୍ପିଟାଲ୍ କର୍ମଚାରୀଙ୍କୁ ସ୍ଥାନୀୟ ଥାନା ଅଧିକାରୀ ପାସ୍ ଦେବ । କେବଳ ଏତିକି ନୁହେଁ, ଗଣମାଧ୍ୟମ କର୍ମଚାରୀ ମଧ୍ୟ ଥାନା ଅଧିକାରୀଙ୍କଠାରୁ ପାସ୍ ଆଣିବେ । ପାସ୍ ନଥିବା ଲୋକଙ୍କୁ ରାସ୍ତାକୁ ଓହ୍ଲାଇ ଦିଆଯିବ ନାହିଁ । ଆଇଟି କମ୍ପାନିମାନଙ୍କୁ କର୍ମଚାରୀ କମାଇବାକୁ କୁହାଯିବା ସହିତ ଅତ୍ୟାବଶ୍ୟକସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ପାସ୍ ଅଣାଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ଲକ୍-ଡାଉନ୍ ଯୋଗୁ ଜାରି ନିୟମ ମାନିବାରେ କିଛି ଲୋକ ସହଯାଗ କରୁ ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୁଲିସ କମିଶନର କହିଛନ୍ତି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧ ଥାନାରୁ ପାସ୍ ଆଣିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କରୋନାଭାଇରସ୍ ପାଇଁ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ପିଲା ଖେଳ ନୁହେଁ । ମରିବା ବଞ୍ଚିବା ଭଳି ସଙ୍କଟ ସୃଷ୍ଟି ହୋଇଛି ବୋଲି ପୁଲିସ କମିଶନର କହିଛନ୍ତି । ତେବେ ଯେଉଁମାନେ କଟକଣା ମାନୁ ନାହାନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମକୁ ଗମ୍ଭୀରତା ସହ ନେଉ ନଥିବା ଲୋକଙ୍କ ଉପରେ ବି ପୋଲିସ ନଜର ରଖୁଛି । ଯେଉଁମାନେ ନିୟମ ଭାଙ୍ଗୁ ଥିବା ବେଳେ ଧରାପଡୁଛନ୍ତି ସେମାନଙ୍କୁ ପୁଲିସ ଗିରଫ କରି ନେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*