ରଶ୍ମିକା ଆଉଟ୍‌ ମୃଣାଳ ଇନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

‘ଅର୍ଜୁନ୍‌ ରେଡ୍ଡୀ ର ରିମେକ୍‌ ‘କବୀର ସିଂ’ ପରେ ଶାହିଦ୍‌ କପୁର ନାନୀ (ନବୀନ ବାବୁଗନ୍ତା) ଷ୍ଟାରର ତେଲୁଗୁ ଫିଲ୍ମ ‘ଜର୍ସୀ’ର ରିମେକ୍‌ରେ ଅଭିନୟ କରୁଛନ୍ତି ବୋଲି କିଛି ଦିନ ତଳେ ଖବର ଆସିଥିଲା । ଏଥିରେ ଶାହିଦ୍‌ କପୁରଙ୍କ ଅପୋଜିଟ୍‌ ୨୩ ବର୍ଷୀୟ କନ୍ନଡ ଅଭିନେତ୍ରୀ ରଶ୍ମିକା ମନ୍ଦାନ୍ନା ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଫିଲ୍ମ ପାଇଁ ରଶ୍ମିକାଙ୍କ ନାମ ଫାଇନାଲ ହେବା ପରେ ଶୁଣିବାକୁ ମିଳିଛି ଯେ, ସେ ଏହି ଫିଲ୍ମକୁ ହାତ ଛଡ଼ା କରିଛନ୍ତି ବୋଲି । ରଶ୍ମିକା ଫିଲ୍ମରୁ ବାଦ୍‌ ହୋଇଯିବା ପରେ ତାଙ୍କ ସ୍ଥାନରେ ମେକର୍ସ ‘ସୁପର ୩୦’ ଏବଂ ‘ବାଟ୍‌ଲା ହାଉସ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ସାଇନ୍‌ କରିବା ପାଇଁ ମନବଳାଇଛନ୍ତି । ରିପୋର୍ଟରୁ ଜଣାପଡ଼ିଛି ଯେ, ‘ଜର୍ସୀ’ ପାଇଁ ଫାଇନାଲ ହୋଇସାରିଥିଲେ ମଧ୍ୟ ରଶ୍ମିକା ଓ ଫିଲ୍ମ ମେକର୍ସଙ୍କ ମଧ୍ୟରେ ପାରିଶ୍ରମିକକୁ ନେଇ କଥା ଜମି ନଥିଲା । ଏହା ବ୍ୟତୀତ ଶୁଣିବାକୁ ମିଳିଛି ଯେ, ଡେଟ୍‌କୁ ନେଇ ମଧ୍ୟ ଫିଲ୍ମଟିକୁ ହାତ ଛଡ଼ା କରିବାକୁ ପଡ଼ିଛି ରଶ୍ମିକାଙ୍କୁ । ଫିଲ୍ମର ମେକର୍ସ ବର୍ତ୍ତମାନ ମୃଣାଲଙ୍କ ସହ ଏନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି ।
ମୃଣାଳ ଫର୍‌ହାନ୍‌ ଅଖ୍‌ତରଙ୍କ ସହିତ ସ୍ପୋର୍ଟସ ଡ୍ରାମା ‘ତୁଫାନ୍‌’ର ସୁଟିଂ ଶେଷ କରିଛନ୍ତି । ଏଣୁ ତାଙ୍କୁ ‘ଜର୍ସୀ’ର ସ୍କ୍ରିପ୍ଟ ଖୁବ୍‌ ପସନ୍ଦ ଆସିଥିବା ସୂତ୍ରରୁ ଜଣାପଡ଼ିଛି । ତେଲୁଗୁ ଫିଲ୍ମର ଡାଇରେକ୍ଟର ଗୌତମ ତିନ୍ନାନୁରୀ ଏହାର ହିନ୍ଦୀ ରିମେକ୍‌କୁ ମଧ୍ୟ ପୂର୍ବ ପରି ଡାଇରେକ୍ଟ କରିବେ । ଆସନ୍ତା ବର୍ଷ ଅଗଷ୍ଟ ୨୮ରେ ରିଲିଜ ହେବାକୁ ଥିବା ‘ଜର୍ସୀ’ ଫିଲ୍ମରେ ଆଲୁ ଅରବିନ୍ଦ, ଅମନ ଗିଲ୍‌ ଏବଂ ଦିଲ ରାଜୁ ଏହାର ପ୍ରଯୋଜନା ଦାୟିତ୍ୱ ସମ୍ଭାଳିବେ । ‘ଜର୍ସୀ’ର କାହାଣୀ ଜଣେ ୩୬ ବର୍ଷୀୟ ଅସଫଳ କ୍ରିକେଟର ଅର୍ଜୁନକୁ ନେଇ ଆଧାରିତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*