ଯୋଗୀ ସରକାର ଅନ୍ୟାୟ ସହ ଠିଆ ହୋଇଛନ୍ତି : ଅଖିଳେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲକ୍ଷ୍ନୌ
ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ନିୟମିତ ଯୋଗୀ ସରକାରଙ୍କୁ ଆକ୍ଷେପ କରିଚାଲିଛନ୍ତି । ଶୁକ୍ରବାର ସେ ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟ ସରକାର ଯେଉଁମାନେ ଅନ୍ୟାୟ ଓ ଦୁର୍ନୀତି କରୁଛନ୍ତି ତାଙ୍କ ସହ ଠିଆ ହୋଇଛନ୍ତି । ଆଜି ଉତ୍ତରପ୍ରଦେଶରେ ଏପରି ଏକ ସରକାର ଅଛି ଯିଏ ଝିଅଙ୍କୁ ଜେଲ୍‌ ପଠାଇବା ସହ ତେଲ ମାଲିସ୍‌ କରୁଥିବା ଲୋକଙ୍କ ସହ ଠିଆ ହୋଇଛି ।
ଜୟପ୍ରକାଶ ନାରାୟଣଙ୍କ ଜନ୍ମତିଥି ଅବସରରେ ଶୁକ୍ରବାର ଅଖିଳେଶ କହିଛନ୍ତି ଯେ, ଜୟପ୍ରକାଶଙ୍କ ଯୋଗଦାନକୁ କେହି କେବେ ଭୁଲି ପାରିବେ ନାହିଁ । ଦେଶ ଆଗରେ ସେତେବେଳେ ସମସ୍ୟା ଥିଲା ଏବେ ବି ଅଛି । ଆଜି କୃଷକଙ୍କୁ ତାଙ୍କ ଉତ୍ପାଦନର ମୁଲ୍ୟ ମିଳୁନାହିଁ, ଦରଦାମ୍‌ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ପରିସ୍ଥିତିରେ ସରକାରଙ୍କ ଉପରେ ଆସ୍ଥା ନରଖି ଆମ ସମସ୍ତଙ୍କୁ ସମ୍ପୂର୍ଣ୍ଣ କ୍ରାନ୍ତିର ରାସ୍ତାରେ ଯିବାକୁ ହେବ । ଝାନସିରେ ପୁଷ୍ପେନ୍ଦ୍ର କାନ୍ଦକୁ ନେଇ ସେ କହିଛନ୍ତି ଯେ, ପ୍ରଥମ ଭାଜପା ମନ୍ତ୍ରୀମାନେ କହିଥିଲେ ସେ ବାଲି ମାଫିଆ । ଏବେ ସରକାର ମନ୍ତ୍ରୀ ନିରବ ରହୁଛନ୍ତି । କାରଣ ସମସ୍ତେ ଜାଣିଛନ୍ତି ତାଙ୍କୁ ହତ୍ୟା କରାଯାଇଛି । ସେମାନଙ୍କୁ ଲାଗୁଛି ପୁଷ୍ପେନ୍ଦ୍ରଙ୍କୁ ନ୍ୟାୟ ମିଳିଲେ ଲୋକଙ୍କର ପୁଲିସ୍‌ ଉପରୁ ବିଶ୍ୱାସ ଉଠିଯିବ । ଭାଜପା ସରକାରର ଠିକାଦାରୀ ନୀତି ଯୋଗୁ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*