ଯିଏ କାଶ୍ମୀର ସମସ୍ୟାର ସମାଧାନ କରିବେ, ତାଙ୍କୁ ମିଳୁ ନୋବେଲ : ଇମ୍ରାନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ନୂଆଦିଲ୍ଲୀ
ଶାନ୍ତିର ବାର୍ତ୍ତା ବହନ କରି ଭାରତୀୟ ୱିଙ୍ଗ କମାନ୍ଦର ଅଭିନନ୍ଦନ ବର୍ତ୍ତମାନକୁ ଛାଡିବା ପରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବା ନେଇ ପାକ୍‌ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ହେଲେ ଏହାର ଦୁଇ ଦିନ ପରେ ଇମ୍ରାନ୍‌ ନିଜେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କହିବା ସହ ଯିଏ କାଶ୍ମୀର ସମସ୍ୟାର ସମାଧାନ କରିବ, ତାଙ୍କୁ ହିଁ ଏହି ସମ୍ମାନସ୍ପଦ ପୁରସ୍କାର ମିଳିବା ଉଚିତ୍‌ ବୋଲି କହିଥିଲେ । ପ୍ରକାଶ ଥାଉ କି, ଗତ ମାର୍ଚ୍ଚ ୨ରେ ପାକିସ୍ତାନୀ ସଂସଦରେ ଇମ୍ରାନଙ୍କୁ ଶାନ୍ତି ପାଇଁ ନୋବେଲ ଦେବାକୁ ଏକ ରିଜଲୁ୍ୟସନ ପାସ୍‌ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*