‘ମୋତିଚୂର ଚକ୍‌ନାଚୂର’ରେ ନୱାଜୁଦ୍ଦିନ୍‌ ଓ ଅଥିୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ମୋତିଚୂର ଚକ୍‌ନାଚୂର’ର ନିଦେ୍ର୍ଦଶକ ପ୍ରଥମ ଥର ଲାଗି ନୱାଜୁଦ୍ଦିନ୍‌ ସିଦ୍ଧିକୀ ଏବଂ ଅଥିୟା ସେଟ୍ଟୀଙ୍କ ଯୋଡ଼ିକୁ ଏକାଠି ବଡ଼ ପରଦାରେ ଆଣିଛନ୍ତି । ଏଇ ନିକଟରେ ଫିଲ୍ମଟିର ଟ୍ରେଲର ମଧ୍ୟ ରିଲିଜ୍‌ ହୋଇଛି । ଏହା ଏକ କମେଡ଼ି ଭିତ୍ତିକ ଫିଲ୍ମ ଅଟେ । ଏହି ଫିଲ୍ମର ନିଦେ୍ର୍ଦଶକ ଦେବମିତ୍ରା ବିଶ୍ୱାଳ କରିଛନ୍ତି । ଏହି ଫିଲ୍ମଟି ଏଭଳି ଦୁଇ ବ୍ୟକ୍ତିଙ୍କୁ ନେଇ ହୋଇଛି, ଯେଉଁମାନେ କି ନିଜ ଜୀବନସାଥୀର ସନ୍ଧାନରେ ଅଛନ୍ତି । ଫିଲ୍ମଟିରେ ନୱାଜୁଦ୍ଦିନ୍‌ ସିଦ୍ଧିକୀ ପୁଷ୍ପିନ୍ଦର ତ୍ୟାଗୀ ଭୂମିକା ତୁଲାଇଛନ୍ତି । ଟ୍ରେଲର୍‌ରୁ ଜଣାପଡ଼ୁଛି ଯେ, ପୁଷ୍ପେନ୍ଦରର ସ୍ଥିତି ନିରାଶାଜନକ ଅଟେ । ସେ ବେରୋଜଗାର ହେବା ସହିତ ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ଏଥିସହିତ ଦେଖିବାକୁ ମଧ୍ୟ ସେତେ ସୁନ୍ଦର ନୁହଁନ୍ତି । ଏହା ପରେ ଟ୍ରେଲର ଫୋକସ୍‌ କରୁଛି ଅଥିୟା ସେଟ୍ଟୀଙ୍କ ଉପରେ । ଏଥିରେ ସେ ଅନୀତା ନାମ୍ନୀ ଜଣେ ଯୁବତୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଯିଏ କି, ଜଣେ ଏନ୍‌ଆର୍‌ଆଇ ଯୁବକଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଛନ୍ତି । ବିଭା ଚିବ୍ୱର, ନଭନୀ ପରିହାର, ବିବେକ ମିଶ୍ରା, କରୁଣା ପାନେ୍ଦ, ଅଭିଷେକ ରାୱତ୍‌, ସପ୍‌ନା ସେନ୍ଦ ଏବଂ ଉଷା ନାମଗର ମଧ୍ୟ ଅଭିନୟ କରୁଛନ୍ତି । ଏଥିସହିତ ସନି ଲିଓନଙ୍କର ଏକ ସ୍ପେଶାଲ ନମ୍ବର ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳୁଛି । ‘ମୋତିଚୂର ଚକ୍‌ନାଚୂର’ ନଭେମ୍ବର ୧୫ ତାରିଖରେ ସିନେମାଘରେ ମୁକ୍ତିଲାଭ କରିବ । ନୱାଜୁଦ୍ଦିନ୍‌ ଏବଂ ଅଥିୟା ସେଟ୍ଟୀଙ୍କର ଏହା ହେଉଛି ପ୍ରଥମ ଫିଲ୍ମ । ତେବେ ଦେଖାଯାଉ ଏହି ନୂତନ ଯୋଡ଼ିକୁ ଦର୍ଶକେ ଗ୍ରୀନ୍‌ ସିଗ୍‌ନାଲ ଦେଉଛନ୍ତି ନା ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*