ମୁଡିଜ୍‌ର ନେଗେଟିଭ୍‌ ରେଟିଂକୁ ସରକାରଙ୍କ ପ୍ରତ୍ୟାଖ୍ୟାନ ସେନ୍‌ସେକ୍ସ ୩୩୦ ପଏଣ୍ଟ ହ୍ରାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ବିଶ୍ୱର ଅନ୍ୟତମ ରେଟିଂ ଏଜେନ୍ସୀ ମୁଡିଜ୍‌ ପକ୍ଷରୁ ଭାରତର ରେଟିଂକୁ ଷ୍ଟେବଲ୍‌ରୁ ହ୍ରାସ କରାଯାଇ ନେଗେଟିଭ କରାଯିବାର ତୁରନ୍ତ ପ୍ରଭାବ ସେୟାର ବଜାର ଉପରେ ଦେଖିବାକୁ ମିଳିଛି । ଶୁକ୍ରବାର ସେନ୍‌ସେକ୍ସ ୩୩୦ ପଏଣ୍ଟ ହ୍ରାସ ପାଇ ୪୦,୩୨୩.୬୧ ପଏଣ୍ଟ ଏବଂ ନିପ୍ଟି ୧୦୩.୯୦ପଏଣ୍ଟ ହ୍ରାସ ପାଇ ୧୧,୯୦୮.୧୫ରେ ବନ୍ଦ ରହିଥିଲା । ମୁଡିଜ୍‌ ପକ୍ଷରୁ କୁହାଯାଇଛି ଯେ, ଅର୍ଥ ବ୍ୟବସ୍ଥାକୁ ମାନ୍ଦାବସ୍ଥାରୁ ମୁକୁଳାଇବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ଅଧିକ ପ୍ରଭାବୀ ପ୍ରମାଣିତ ହୋଇନାହିଁ ।
ମୁଡିଜ୍‌ର ଏହି ଆକଳନ ନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜବାବ ଦିଆଯାଇଛି । ଅର୍ଥମନ୍ତ୍ରଣାଳୟ ଅନୁସାରେ ମୁଡିଜ ଭାରତର ରେଟିଂକୁ ହ୍ରାସ କରିଥିଲେ ମଧ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥା ବିଶ୍ୱର ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ଅଟେ । ଭାରତର ଭିତ୍ତିଭୂମି ବେଶ ମଜଭୁତ ଅଛି । ମୁଡିଜର ସଦ୍ୟତମ ରିପୋର୍ଟରେ ଭାରତରେ ନିବେଶ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଝଟ୍‌କା ଲାଗିଛି । ଏଥିରେ କୁହାଯାଇଛି ଯେ, ଭାରତର ଅଭିବୃଦ୍ଧି ହାର ନିୟମିତ ହ୍ରାସ ପାଉଥିବାରୁ ନିବେଶକଙ୍କ ପାଇଁ ଅସୁବିଧା ବଢ଼ିପାରେ । ମାର୍ଚ୍ଚ ୨୦୨୦ରେ ଶେଷ ହେଉଥିବା ଆର୍ଥିକ ବର୍ଷରେ ଭାରତର ରାଜକୋଷ ନିଅଣ୍ଟ ସରକାରଙ୍କ ଲକ୍ଷ୍ୟ ୩.୩%ରୁ ବୃଦ୍ଧି ପାଇ ୩.୭%ରେ ପହଞ୍ଚିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*