ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ ବିଜଦର ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି, ଉତ୍ତେଜନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭଦ୍ରକ
ବିଜୁ ଜନତା ଦଳ ଭିତରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେବାରେ ଲାଗିଛି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଭଦ୍ରକ ଜିଲା ଚାନ୍ଦବାଲି ଗସ୍ତ ଅବସରରେ ବିଜଦର ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି, ଗାଡ଼ି ଭଙ୍ଗାରୁଜା ଘଟଣା ଦେଖିବାକୁ ମିଳିଥିଲା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ମୁଖ୍ୟମନ୍ତ୍ରୀ ଭଦ୍ରକ-ଚାନ୍ଦବାଲିର ଉନ୍ନତିକୃତ ରାସ୍ତା, ଧାମରା ମତ୍ସ୍ୟ ପ୍ରାକ୍‌ ପ୍ରକ୍ରିୟାକରଣ କେନ୍ଦ୍ର, ଧାମରା ଦକ୍ଷତା ବିକାଶ କେନ୍ଦ୍ର ଆଦି ୩୯୬ କୋଟିରୁ ଅଧିକ ଟଙ୍କାର ୧୬ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲା ବେଳେ ୧୧୮୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବିଧାୟକ ବ୍ୟୋମକେଶ ରାୟ ଏବଂ ଅନ୍ୟ ବିଜଦ ନେତା ପ୍ରତାପ ଧଳଙ୍କ ସମର୍ଥକମାନଙ୍କ ମଧ୍ୟରେ ଗନ୍ଦଗୋଳ ଦେଖିବାକୁ ମିଳିଥିଲା । ବିଧାୟକଙ୍କୁ ଟିକଟ ନ ଦିଆଯାଉ ବୋଲି ପ୍ରତାପଙ୍କ ସମର୍ଥକମାନେ ଦାବି କରିବା ସହ ସ୍ଲୋଗାନ ଦେଇଥିଲେ ଏବଂ ହୋର୍ଡିଂ ମଧ୍ୟ ଲଗାଇଥିଲେ । ଉଭୟ ଗୋଷ୍ଠୀ ମଧ୍ୟ ମାରପିଟ୍‌ ହୋଇଥିଲା ଏବଂ ଅନେକ ଗାଡ଼ି ମଧ୍ୟ ଭାଙ୍ଗିଥିଲା । ଉଭୟ ଗୋଷ୍ଠୀ ନିଜର ସମର୍ଥକଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଏକପ୍ରକାର ନିଜ ବଳ କଷିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛିମାସ ହେବ ଚାନ୍ଦବାଲିରେ ପ୍ରତାପ ଏବଂ ବ୍ୟୋମକେଶଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଜାରି ରହିଛି । ପ୍ରତାପଙ୍କୁ ଟିକଟ ଦିଆଯାଉ ବୋଲି ତାଙ୍କ ସମର୍ଥକମାନେ ଦାବି କରିବା ସହ ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ କରି ବ୍ୟୋମକେଶଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*