ମାନହାନି ମାମଲାରେ ସୁରଟ କୋର୍ଟରେ ହାଜର ହେଲେ ରାହୁଲ ବିରୋଧୀ ମୋତେ ଚୁପ୍‌ କରାଇବାକୁ ଚାହୁଁଛନ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ସୁରଟ

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ତଥା ବାୟନାଡ ସାଂସଦ ରାହୁଲ ଗାନ୍ଧୀ ବିଦେଶରୁ ଛୁଟି କାଟି ଦେଶରେ ପହଞ୍ଚିବା ପରେ ଗୁରୁବାର ଆସିଥିଲେ ସୁରଟ । ଏଠାରେ ସ୍ଥାନୀୟ କୋର୍ଟରେ ତାଙ୍କୁ ହାଜର ହେବାର ଥିଲା । ରାହୁଲଙ୍କ ବିରୋଧରେ ଲୋକସଭା ନିର୍ବାଚନ ସମୟରେ ‘ସମସ୍ତ ଚୋରଙ୍କ ଉପନାମ ମୋଦୀ କାହିଁକି’ ଟିପ୍ପଣୀ ନେଇ ମାନହାତି ମାମଲା ଦାୟର ହୋଇଥିଲା । ଏହି ମାମଲାର ଶୁଣାଣୀ ପାଇଁ ରାହୁଲ ସୁରଟ କୋର୍ଟରେ ହାଜର ହୋଇଥିଲା ବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀକୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
କୋର୍ଟରୁ ଫେରିବା ପରେ ଏକ ଟୁଇଟ୍‌ କରି ରାହୁଲ କହିଛନ୍ତି ଯେ, ମୋତେ ଚୁପ୍‌ କରିବା ପାଇଁ ବିରୋଧୀମାନେ ବଡ଼ ବ୍ୟସ୍ତ ଅଛନ୍ତି । ମୁଁ କିପରି ଚୁପ୍‌ ରହିବି ସେଥିପାଇଁ ଯୋଜନା ଚାଲିଛି । ମୁଁ ଦଳର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଅବଗତ କରାଇଛି ଯେ, ଆଇନକୁ ତା’ କାମ କରିବାକୁ ଦିଆଯାଉ । ଅନ୍ୟପଟେ ଆଉ ଏକ ମାନହାନି ମାମଲାରେ ରାହୁଲଙ୍କୁ ଶୁକ୍ରବାର ଅହମ୍ମଦାବାଦର ଏକ ଅଦାଲତରେ ହାଜର ହେବାକୁ ଅଛି ।
ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର କୋଲରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ରାହୁଲ ବୟାନ ଦେଇଥିଲେ ଯେ, ସମସ୍ତ ଚୋରଙ୍କ ମୋଦୀ ଉପନାମ କାହିଁକି? ଏହି ମନ୍ତବ୍ୟକୁ ନେଇ ରାହୁଲଙ୍କ ବିରୋଧରେ ମାନହାନି ମାମଲା ଦାୟର କରାଯାଇଥିଲା । ଗୁରୁବାର କୋର୍ଟରୁ ଫେରିବା ପରେ ରାହୁଲ କହିଥିଲେ ଯେ, ବିରୋଧୀଙ୍କ ଦ୍ୱାରା ଦାୟର ମାନହାନି ମାମଲା ପାଇଁ ମୁଁ ଆଜି ସୁରଟରେ । ମୁଁ କଂଗ୍ରେସ କର୍ମକର୍ତ୍ତାଙ୍କୁ ତାଙ୍କ ସମର୍ଥନ ଓ ଭଲ ପାଇବା ପାଇଁ କୃତଜ୍ଞତା ଜଣାଉଛି ।

ପୁଣି ଅଧ୍ୟକ୍ଷ ବନିବେ ରାହୁଲଦ: ବଘେଲ
କଂଗ୍ରେସର ବରିଷ୍ଠ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗୁରୁବାର କହିଛନ୍ତି ଯେ, ଦଳରେ କେବେ ବି ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ ମିଳିନାହିଁ । ମୋର ପୂରା ବିଶ୍ୱାସ ରାହୁଲ ଗାନ୍ଧୀ ଭବିଷ୍ୟତରେ ପୁଣି ଥରେ ଦଳର ନେତୃତ୍ୱ ସମ୍ଭାଳିବେ । ବଘେଲଙ୍କ ଏହି ମନ୍ତବ୍ୟ ଏଥିପାଇଁ ଗୁରୁତ୍ୱ ରଖୁଛି ଯେ, ବର୍ତ୍ତମାନ ଦଳରେ ରାହୁଲଙ୍କ ନିକଟତମ ବ୍ୟକ୍ତିଙ୍କୁ ବରିଷ୍ଠମାନେ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି । ସେହିପରି ଦଳର କିଛି ନେତା ରାହୁଲଙ୍କ ଇସ୍ତଫାକୁ ନେଇ ଯେଉଁ ବୟାନ ସବୁ ଦେଉଛନ୍ତି ତାହା ଦଳକୁ ଅସହଜ ସ୍ଥିତିରେ ପକାଇଛି । ବଘେଲ କହିଛନ୍ତି ଯେ, ଇନ୍ଦିରା, ରାଜୀବ ଏବଂ ସୋନିଆଙ୍କୁ ଦଳ ଭିତରେ ଚ୍ୟାଲେଞ୍ଜ ମିଳିଛି । ମାତ୍ର ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ କୌଣସି ଜଣେ ବି କର୍ମକର୍ତ୍ତା ଆଙ୍ଗୁଠି ଉଠାଇନାହିଁ । ତେଣୁ ମୋର ବିଶ୍ୱାସ ସେ ପୁଣି ଥରେ ଅଧ୍ୟକ୍ଷ ପଦ ସମ୍ଭାଳିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*