ମାନବ ବିକାଶ ସୂଚକାଙ୍କରେ ୧୨୯ରେ ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ରିପୋର୍ଟ ଅନୁସାରେ ୨୦୧୯ରେ ଭାରତ ମାନବ ବିକାଶ ସୂଚକାଙ୍କରେ ଗୋଟିଏ ପାଦ ଉପରକୁ ଉଠି ୧୮୯ଟି ଦେଶ ମଧ୍ୟରେ ୧୨୯ତମ ସ୍ଥାନରେ ପହଞ୍ଚôଛି । ୟୁଏନଡିପିରେ ଭାରତର ସ୍ଥାନୀୟ ପ୍ରତିନିଧି ଶୋକ ନୋଡା କହିଛନ୍ତି ଯେ, ୨୦୦୫-୦୬ ଏବଂ ୨୦୧୫-୧୬ ମଧ୍ୟରେ ୨୭.୧କୋଟି ଲୋକ ଗରିବୀ ସୀମା ରେଖା ବାହାରକୁ ଆସିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଭାରତର ସ୍ଥିତି ଠିକ୍‌ ନାହିଁ । ଶ୍ରୀଲଙ୍କା, ଇରାନ, ଚୀନ ଭଳି ଦେଶଠାରୁ ଭାରତ ବହୁ ପଛରେ ଅଛି । ପାକିସ୍ତାନ ତାଲିକାରେ ୩ପାଦ ଉପରକୁ ଉଠିଥିଲାବେଳେ ବାଂଲାଦେଶ ଦୁଇପାଦ ଉପରକୁ ଉଠିଛି ।
ନୋଡା କହିଛନ୍ତି ଯେ, ଗତବର୍ଷ ଭାରତର ର୍ୟାଙ୍କିଂ ୧୩୦ ଥିଲା । ୩ ଦଶକ ଧରି ଦ୍ରୁତ ବିକାଶ କାରଣରୁ ସ୍ଥିତିରେ ପ୍ରଗତି ଘଟିଛି । ଦେଶରେ ଗରିବୀ ହାର ହ୍ରାସ ପାଇଛି । ଜୀବନଯାପନ ଧାରାର ମାନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ତାଲିକାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ନରୱେ, ସୁଇଜରଲାନ୍ଦ ଓ ଅଷ୍ଟ୍ରେଲିଆ ରହିଛି । ସୂଚନା ଯୋଗ୍ୟ ଯେ, ମାନବ ବିକାଶ ସୂଚକାଙ୍କ କୌଣସି ଦେଶର ଜୀବନ ଚଳଣି, ଶିକ୍ଷା, ଆୟ ଆଦିକୁ ନେଇ ପ୍ରସ୍ତୁତ ହୋଇଥାଏ । ଏହାକୁ ଅର୍ଥନୀତିଜ୍ଞ ମେହବୁବ୍‌ ଉଲ୍‌ ହକ୍‌ ପ୍ରସ୍ତୁତ କରିଥିଲେ । ୧୯୯୦ ମସିହାରେ ପ୍ରଥମ ମାନବ ବିକାଶ ସୂଚକାଙ୍କ ଜାରି କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*