ମମତା ବନାମ ରାଜ୍ୟପାଳ,ବିଧାନସଭା ଗେଟ୍‌ ଆଗରେ ଡ୍ରାମା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କୋଲକାତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀଶ ଧନଖଡଙ୍କ ମଧ୍ୟରେ ଚାଲିଥିବା ବିବାଦ ଗୁରୁବାର ଏକ ନାଟକୀୟ ମୋଡ ନେଇଛି । ବିଧାନସଭାରେ ପହଞ୍ଚିଥିବା ରାଜ୍ୟପାଳ ଜଗଦୀଶ ଧନଖଡଙ୍କ ପାଇଁ ଏଣ୍ଟି୍ର ଗେଟ୍‌ ବନ୍ଦ ରହିଥିଲା । ବାଧ୍ୟରେ ତାଙ୍କୁ ଅନ୍ୟ ଗେଟ୍‌ ଦେଇ ଭିତରକୁ ପ୍ରବେଶ କରିବାକୁ ପଡିଲା । ଏହାପରେ ଗେଟ୍‌ ଆଗରେ ଠିଆ ହୋଇ ରାଜ୍ୟପାଳ ଗଣମାଧ୍ୟମ ଆଗରେ ପ୍ରତିକି୍ରୟା ରଖିଥିଲେ । ସେ ମମତା ସରକାରକୁ କଡ଼ା ସମାଲୋଚନା କରିଥିଲେ । କିଛି ସମୟ ପରେ ସେ ଗେଟ୍‌ ନମ୍ବର- ୨ ଦେଇ ବିଧାନସଭା ଭିତରକୁ ଯାଇଥିଲେ । ପ୍ରୋଟକଲ ହିସାବରେ ରାଜ୍ୟପାଳ ଗେଟ୍‌ ନମ୍ବର ୩ ଦେଇ ଏଣ୍ଟି କରିଥାନ୍ତି ।
ପୂର୍ବରୁ ରାଜ୍ୟପାଳ ସୂଚନା ଦେଇଥିଲେ ଯେ, ଗୁରୁବାର ମୁଁ ବିଧାନସଭା ଯିବି । ବିଧାନସଭା ପହଞ୍ଚିବା ସମୟରେ ଗେଟ୍‌ ବନ୍ଦ ଥିଲା । ଏହାପରେ ଧନଖଡ ଗଣମାଧ୍ୟମ ଆଗରେ କହିଥିଲେ ଯେ, ଜଣେ ରାଜ୍ୟପାଳ ଭାବେ ମୁଁ ଏହି ଘଟଣାକୁ ନେଇ ଅପମାନିତ ଅନୁଭବ କରୁନାହିଁ । ମୁଁ ବ୍ୟବସ୍ଥାରେ ସୁଧାର ପାଇଁ ଦାୟିତ୍ୱ ନେଇଛି । ମୋର ଭୂମିକା ହେଉଛି ଯେ, ପ୍ରତ୍ୟକ ବ୍ୟକ୍ତିଙ୍କ ଉପରେ ଭାରତର ସମ୍ବିଧାନ ଉପରେ ଭରସା ସୃଷ୍ଟି କରିବା । ମୁଁ ଏହି ଗେଟ୍‌ ଦେଇ ଭିତରକୁ ଯାଇଥାନ୍ତି । ମାତ୍ର ମୁଁ ଚକିତ ଓ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ ଯେ, ଏହି ଗେଟ୍‌ କାହିଁକି ବନ୍ଦ ରହିଛି । ବିଧାନସଭା ଅଧିବେଶନ ଚାଲୁନଥିବାର ଅର୍ଥ ଏହା ନୁହେଁ ଯେ, ବିଧାନସଭା ବନ୍ଦ ହୋଇଯାଇଛି । ଗଣତନ୍ତ୍ରରେ ଏଭଳି ବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ । ରାଜ୍ୟପାଳ କହିଥିଲେ ମୋ ଉଦେଶ୍ୟ ଥିଲା ବିଧାନସଭାର ଐତିହାସିକ ବିଲ୍ଡିଂକୁ ଦେଖିବା ଏବଂ ଲାଇବ୍ରେରୀକୁ ଯିବା । ପୂର୍ବରୁ ଏ ସମ୍ପର୍କରେ ଲିଖିତ ସୂଚନା ମଧ୍ୟ ଦିଆଯାଇଥିଲା । ସମ୍ବିଧାନରେ ରାଜ୍ୟପାଳଙ୍କୁ ରାଜ୍ୟର ପ୍ରଥମ ନାଗରିକତାର ମାନ୍ୟତା ଦିଆଯାଇଛି । ପଶ୍ଚିମବଙ୍ଗରେ ରାଜ୍ୟପାଳ ପ୍ରୋଟକଲ ହିସାବରେ ଗେଟ୍‌ ନମ୍ବର -୩ ଦେଇ ଭିତରକୁ ପ୍ରବେଶ କରିଥାନ୍ତି । ନଭେମ୍ବର ୨୬ ସମ୍ବିଧାନ ଦିବସ ଦିନ ଏହି ଗେଟ୍‌ ଖୋଲାଥିଲା । ହେଲେ ଗୁରୁବାର ଏହାକୁ ବନ୍ଦ ରଖାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*