ମଙ୍ଗଳବାର ଠାରୁ ବଦଳିବ, ପକେଟ ଉପରେ ପଡିପାରେ ପ୍ରଭାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ସରକାରଙ୍କ ନିଷ୍ପତ୍ତି କ୍ରମେ ଅକ୍ଟୋବର ୧ତାରିଖରୁ ଅନେକ ଘଟଣାରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହାର ପ୍ରଭାବ ଅନେକାଂଶରେ ପକେଟ ଉପରେ ଅନୁଭବ ହୋଇପାରେ । ଏସବିଆଇ ପକ୍ଷରୁ ନିୟମରେ ପରିବର୍ତ୍ତନ ସହ କର୍ପୋରେଟ ଟିକସରେ ପରିବର୍ତ୍ତନରୁ କିଛି ଫାଇଦା ମିଳିବ ।
ଏସବିଆଇ ପକ୍ଷରୁ ଇଣ୍ଟରନେଟ୍‌ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ୍‌ ଟ୍ରାଞ୍ଜାକସନ ଉପରେ ମାସିକ ସୀମାକୁ ସମ୍ପୂର୍ଣ୍ଣ ଶେଷ କରାଯାଇଛି । ଖାତାରେ ହାରାହାରି ୨୫ହଜାର ଟଙ୍କା ମାସିକ ବାଲାନ୍ସ ରଖୁଥିବା ଗ୍ରାହକ ଏବେ ବ୍ୟାଙ୍କ ଶାଖାରୁ ଦୁଇଥର ମାଗଣାରେ ପଇସା ଉଠାଇପାରିବେ । ୨୫ହଜାରରୁ ୫୦ହଜାର ମାସିକ ବାଲାନ୍ସରଖୁଥିବା ଗ୍ରାହକ ବ୍ୟାଙ୍କ ଶାଖାରୁ ମାଗଣାରେ ୧୦ଥର ଏବଂ ୫୦ହଜାରରୁ ୧ଲକ୍ଷ ଟଙ୍କା ରଖୁଥିବା ଗ୍ରାହକ ଅସୀମିତ ସଂଖ୍ୟାରେ ଟଙ୍କା ଉଠାଣ କରିପାରିବେ ।
ପେଟ୍ରୋଲ ପମ୍ପରେ ଏସବିଆଇ କ୍ରେଡିଟ୍‌ କାର୍ଡରେ ପେମେଣ୍ଟରେ ମିଳୁଥିବା ୦.୭୫% ରିହାତି ଅକ୍ଟୋବର ୧ତାରିଖରୁ ଶେଷ ହୋଇଯିବ । କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବା ପାଇଁ ଅଢେଇ ବର୍ଷ ତଳକୁ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ । ଅନ୍ୟ ବ୍ୟାଙ୍କମାନେ ମଧ୍ୟ ପେଟ୍ରୋଲ ପମ୍ପରେ କାର୍ଡ ପେମେଣ୍ଟ ବାବଦରେ ରିହାତି ଦେଉଥିଲେ । ହେଲେ ବର୍ତ୍ତମାନର ଏସବିଆଇର ଏହି ଘୋଷଣା ପରେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଆପଣାଇପାରନ୍ତି ।
କର୍ପୋରେଟ ଟିକସରେ ବଡ ହ୍ରାସର ଫାଇଦା ଆଗକୁ ମିଳିବ । ଅକ୍ଟୋବର ୧ତାରିଖ ପରଠାରୁ ଆରମ୍ଭ ହେବାକୁ ଥିବା ନିର୍ମାଣ କମ୍ପାନୀଙ୍କ ନିକଟରେ ୧୫%ର ଟିକସ ଭରିବାର ବିକଳ୍ପ ରହିବ । ଏହି କମ୍ପାନୀମାନେ ସରଚାର୍ଜକୁ ମିଶାଇ ମୋଟ ୧୭.୦୧% ଟିକସ ଦେବେ ।
ଜିଏସଟି ପରିଷଦ ୧ହଜାର ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍‌ ଭଡା ଉପରେ ଜିଏସଟିକୁ ଶୂନ ପ୍ରତିଶତ କରିଛି । ୧ହଜାରରୁ ୭,୫୦୦ ହୋଟେଲ ରୁମ୍‌ ଉପରେ ଜିଏସଟି ୧୮%ରୁ ୧୨%କୁ ହ୍ରାସ ହୋଇଥିଲାବେଳେ ୭୫୦୦ ଉପରକୁ ହୋଟେଲ ରୁମ ଉପରେ ଜିଏସଟି ୨୮%ରୁ ୧୮% କରାଯାଇଛି । ଜିଏସଟିର ଏହି ନୂଆ ଦର ସେହି ଲୋକଙ୍କ ଉପରେ ମଧ୍ୟ ଲାଗୁ ହେବ ଯେଉଁମାନେ ୧ତାରିଖ ପର ପାଇଁ ଟିକେଟ ବୁକିଂ କରିଛନ୍ତି । ତେବେ ପାନୀୟ ସାମଗ୍ରୀ ଉପରେ ଜିଏସଟି ୧୮%ରୁ ୨୮%କୁ ବୃଦ୍ଧି କରାଯାଇଛି ।
ବାର୍ଷିକ ୫କୋଟିରୁ ଅଧିକ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଅକ୍ଟୋବର ୧ତାରିଖରୁ ନୂଆ ଜିଏସଟି ରିଟର୍ଣ୍ଣ ଆସିବ । ଏହି ବ୍ୟବସାୟୀଙ୍କୁ ଜିଏସଟିଆର – ୧ ବଦଳରେ ଜିଏସଟିଏଏନଏକ୍ସ -୧ ଫର୍ମ ଭରିବାକୁ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*