ଭୂମିହୀନଙ୍କୁ ଉଚ୍ଛେଦ ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ଶତାଧିକ ଭୂମିହୀନ ସେମାନଙ୍କର ବାସସ୍ଥାନ ଉଚ୍ଛେଦ ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭନ୍ଦାରିପୋଖରୀ ସାନଶାସନ ମୌଜାର କେତେକ ଭୂମିହୀନ ସରକାରୀ ଜମିରେ ଘର କରି ରହିଛନ୍ତି । ତେବେ ରାଜନୈତିକ ଉଦେ୍ଦଶ୍ୟ ରଖି କେତେକ ନେତା ସେମାନଙ୍କୁ ଉକ୍ତ ସ୍ଥାନରୁ ଉଠାଇ ଦେବା ପାଇଁ ମସୁଧା ଚଳାଇଛନ୍ତି । ଏପରିକି ସେମାନଙ୍କ ଅଭିଯୋଗ ମୂଳେ ସେମାନେ ଶାସକ ଦଳକୁ ସମର୍ଥନ ଦେଉଥିବାରୁ ହାଇକୋର୍ଟରେ ମାମଲା ରୁଜୁ କରି ସେମାନଙ୍କୁ ସେଠାରୁ ସ୍ଥାନାନ୍ତରର ଯୋଜନା ଚଳାଇଛନ୍ତି । ଜିଲ୍ଲାପାଳ ଜ୍ଞାନ ଦାସ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେବା ସହ ସେମାନଙ୍କୁ ରହିବା ପାଇଁ ଜମି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ସରକାରଙ୍କ ପକ୍ଷରୁ ମଧ୍ୟ ଭୋଟର କାର୍ଡ, ଘର ନମ୍ବର, ରାସନ୍ କାର୍ଡ, ପାଇଖାନା ଓ ଇନ୍ଦିରା ଆବାସ ଆଦି ସେମାନଙ୍କୁ ଯୋଗାଇ ଦିଆଯାଇଛି । ତେବେ ଗ୍ରାମାବାସୀମାନଙ୍କ ମିଥ୍ୟା ଦସ୍ତଖତ ନେଇ ପୂର୍ବରୁ ପ୍ରଶାସନକୁ ଦିଆଯାଇଥିବା ଦାବିପତ୍ର ସମ୍ପୂର୍ଣ୍ଣ ଜାଲିଆତି ବୋଲି ଏମାନେ ଜିଲ୍ଲାପାଳଙ୍କୁ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଏଣୁ ପ୍ରଥମେ ଥଇଥାନ କରାଯିବା ପରେ ସେମାନଙ୍କୁ ଉଚ୍ଛେଦ କରାଯାଉ ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ନିଜ ଦାବିପତ୍ରରେ ଅବଗତ କରାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*