ଭିଡ଼ିଓ କଲ୍‌ ସମୟରେ ଏବେ ଜଣେ ଅନ୍ୟ ଜଣଙ୍କୁ ଛୁଇଁ ପାରିବେ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସିର ଏହି ଯୁଗରେ ଏବେ ତାହା ବି ସମ୍ଭବ ଯାହା ଆମ କଳ୍ପନାର ବାହାରେ । ଯଦି ଆପଣଙ୍କୁ କେହି କୁହେ ଯେ, ଭିଡିଓ କଲ୍‌ ସମୟରେ ଆପଣ ଆଗରେ ଥିବା ୟୁଜରଙ୍କୁ ଆପଣ ଟଚ୍‌ କରିପାରିବେ ତେବେ ଆପଣ ଏହାକୁ ବିଶ୍ୱାସ କରିନପାରନ୍ତି । ହେଲେ ଏହା ଏବେ ସମ୍ଭବ ହୋଇପାରେ ।
ଆମେରିକାର ନର୍ଥୱେଷ୍ଟର୍ଣ୍ଣ ବିଶ୍ୱ ବିଦ୍ୟାଳୟର ଗବେଷକମାନେ ଏହି ଟେକ୍ନୋଲୋଜିକୁ ବିକଶିତ କରିଛନ୍ତି । ସେମାନେ ଭର୍ଚୁଆଲ୍‌ ରିୟଲିଟି ଯୁକ୍ତ ଏକ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି । ଏହି ଡିଭାଇସ୍‌ ମାଧ୍ୟମରେ ଅନେକ ଦୂରରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆପଣ ଛୁଉଁ ଥିବାର ଅନୁଭବ କରିପାରିବେ । ଏହି ୱେୟାରଲେଟ୍‌ ଡିଭାଇସ୍‌ ଦେଖିବାକୁ ଅତ୍ୟନ୍ତ ପତଳା, ଯାହା ଭର୍ଚୁଆଲ ରିୟଲିଟି ଯୁକ୍ତ ଅଟେ । ଏହା ଆପଣଙ୍କୁ ଅନ୍ୟକୁ ଛୁଉଁଥିବାର ଅନୁଭବ ପ୍ରଦାନ କରିବ । ଫଳରେ ଭିଡିଓ କଲ୍‌ ସମୟରେ ଜଣେ ଅନ୍ୟ ଜଣଙ୍କୁ ଦେଖିବା ସହ ଛୁଇଁ ପାରୁଥିବାର ଭାବନା ପାଇପାରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*