ଭାରତ ବିପକ୍ଷ ଡେଭିସ୍‌ କପ୍‌ ପାଇଁ ୨ ଯୁବା ଖେଳାଳିଙ୍କୁ ବାଛିଲା ପାକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ଆସନ୍ତା ୨୯ ଓ ୩୦ ତାରିଖରେ କାଜାକ୍‌ସ୍ତାନର ନୁରସୁଲତାନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍‌ କପ୍‌ ମୁକାବିଲା ହେବ । ଭାରତୀୟ ଦଳ ପୂର୍ଣ୍ଣ ଶକ୍ତିରେ ଥିଲା ବେଳେ ପାକିସ୍ତାନ କିନ୍ତୁ ଦୁର୍ବଳ ଦଳ ଓହ୍ଲାଇବାକୁ ବାଧ୍ୟ ହୋଇଛି । କାରଣ ପାକିସ୍ତାନର ୨ ପ୍ରମୁଖ ଖେଳାଳି ଅକିଲ ଖାଁ ଏବଂ ଐସାମ୍‌ ଉଲ୍‌ ହକ୍‌ କାହିଁକି ନିରପେକ୍ଷ ସହରକୁ ମ୍ୟାଚ୍‌ କାହିଁକି ସ୍ଥାନାନ୍ତରିତ ହେଲା ତାହାର ବିରୋଧ କରି ମୁକାବିଲାରୁ ଓହରି ଯାଇଛନ୍ତି । ଫଳରେ ପାକିସ୍ତାନୀ ଟେନିସ୍‌ ସଂଘ ୨ ଜଣ ୧୭ ବର୍ଷିୟ ଖେଳାଳି ହୁଜାଇଫା ଅବଦୁଲ ରହମନ୍‌ ଏବଂ ସ୍ୱୟଂ ଖାଁଙ୍କୁ ଦଳରେ ବାଧ୍ୟ ହୋଇ ନେଇଛି । ରହମନ୍‌ ବିଶ୍ୱ ରାଙ୍କିଙ୍ଗରେ ୪୪୬ ଏବଂ ସୋଏବ ୧୦୦୪ ସ୍ଥାନରେ ଅଛନ୍ତି । ପାକିସ୍ତାନରେ ମ୍ୟାଚ୍‌ ହୋଇଥିଲେ ବଡ଼ ଟକ୍କର ହୋଇଥାନ୍ତା । ହେଲେ ଏହା ବାହାରକୁ ଯିବାରେ ଆମେ ବାଧ୍ୟ ହୋଇ ଜୁନିୟର ଦଳ ପଠାଉଛୁ ବୋଲି ପାକିସ୍ତାନ ଟେନିସ୍‌ ସଂଘର ସଭାପତି ସଲିମ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*