ବେହାଲ ରାସ୍ତା, ଗ୍ରାମବାସୀ ହନ୍ତସନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଧର୍ମଗଡ଼

ପକ୍କା ସଡ଼କ ନିର୍ମାଣ ପାଇଁ ସରକାର କୋଟିକୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ବଣ ଜଙ୍ଗଲ ଘେରା ମାଓ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଗୋଳାମୁନ୍ଦା ବ୍ଲକର ଜୟନ୍ତପୁର ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ଫଳରେ ଗ୍ରାମବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହି ଗ୍ରାମରେ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ବଲାଙ୍ଗୀର ନୂଆପଡା ଓ କଳାହାନ୍ଦି ଜିଲ୍ଲା ସୀମାରେ ଥିବା ମହାଲିଙ୍ଗ ପଞ୍ଚାୟତକୁ ଆଜକୁ ୫ ବର୍ଷ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇ ନାହିଁ । ତେଣୁ ଖାଲଖମାରେ ଭର୍ତ୍ତି ପଞ୍ଚାୟତକୁ ପିଡିଏସ ସାମଗ୍ରୀ ଓ ଭତ୍ତା ଆଣିବାକୁ ଯିବା ଓ ଛାତ୍ରଛାତ୍ରୀମାନେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁକୁ ଆମ୍ବୁଲାନ୍ସ ଆସିପାରୁନଥିବାରୁ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଚିକିତ୍ସା ପାଇଁ ଖଟିଆରେ ବୋହି ନେବାକୁ ପଡ଼ୁଛି । ଗ୍ରାମବାସୀ ବାରମ୍ବାର ପଲ୍ଲୀସଭା ଓ ଗ୍ରାମସଭାରେ ପ୍ରସ୍ତାବ ରଖିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ କିଛି ରାସ୍ତା ନିର୍ମାଣ କରାଯାଇନଥିବା ଅଭିଯୋଗ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*