ବିଶ୍ୱ ମାତୃଭାଷା ଦିବସ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଗୁରୁବାର ଭାଷା ଆନେ୍ଦାଳନ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ପାଳନ କରାଯାଇଛି । ଭାଷା ଆନେ୍ଦାଳନ, ଓଡ଼ିଶାର ସଭାପତି ପ୍ରଦୁ୍ୟମ୍ନ ଶତପଥୀ, ଆବାହକ ପବିତ୍ର ମହାରଥାଙ୍କ ସମେତ ଭାଷା ଯୋଦ୍ଧାମାନେ ଆଇନ ପ୍ରଣେତା ପ୍ରାକ୍ତନ୍ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଉକôଳ ନିର୍ମାତା ମଧୁସୂୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଭାଷା ସଦସ୍ୟମାନେ ଆଜିର ଦିନରୁ ସମସ୍ତେ ଓଡ଼ିଆରେ କଥାବାର୍ତ୍ତା ସମେତ ଲେଖାପଢ଼ା, ନିମନ୍ତ୍ରଣ ପତ୍ର, ସରକାରୀ କାର୍ଯ୍ୟାଳୟରେ ଓଡ଼ିଆରେ ନଥି ନକଲେ ପ୍ରତିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ । ୮୭୮ଦିନର ଭାଷା ଆନେ୍ଦାଳନ ଫଳରେ ସରକାର ବିଧାନସଭାରେ ୧୯୫୪ ମସିହା ଆଇନକୁ ସଂଶୋଧନ କରି ଦନ୍ଦବିଧାନ ବିଧେୟକ ପାରିତ କରିଛନ୍ତି, କିନ୍ତୁ ପ୍ରଶାସନ ନିୟମାବଳୀ ନକରିବା ଫଳରେ ତାହା ସାଧାରଣ ଜନତା ପାଖେ ପହଂଚିବାରେ ବିଳମ୍ବ ଅନୁଭୂତି ହେଉଛି । ତେଣୁ ଆସନ୍ତା ଏପ୍ରିଲ୍ ୧୪ରୁ ଯଦି ବିଭିନ୍ନ କାର୍ଯ୍ୟାଳୟରେ କାଗଜପତ୍ର କାମ ଓଡିଆରେ ନଚାଲିବ ସେହି ଦିନଠାରୁ ଭାଷା ଆନେ୍ଦାଳନ ସାରା ଓଡ଼ିଶାରେ ବ୍ୟାପକ ଆନେ୍ଦାଳନ କରିବ ବୋଲି ଏହି ଅବସରରେ ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*