ବିଜଦରେ ମିଶିଲେ ସମିତି ସଭ୍ୟ ଓ ବହୁ ଭାଜପା କର୍ମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଧର୍ମଶାଳା

ଧର୍ମଶାଳା ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ଜାରକା ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବଡକାଏମାର ସମିତି ସଭ୍ୟା କବିତା ପ୍ରଧାନ ଓ ଭାଜପା ନେତା ଦିଲ୍ଲୀପ ପ୍ରଧାନ, ତ୍ରିନାଥ ସାହୁ, ରାଜେଶ ମହାନ୍ତି, ପ୍ରଶାନ୍ତ ବିଶ୍ୱାଳ, ନବୀନ ମଳିକ, ପ୍ରମୋଦ ମହାନ୍ତି, ପବିତ୍ର ମଲିକ ପ୍ରମୁଖଙ୍କ ସମେତ ବହୁ କର୍ମୀ ବିଜଦରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଛନ୍ତି । ବିଜୁ ଜନତା ଦଳର ନୀତି ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣୀତ ହୋଇ ସେମାନେ ଦଳରେ ମିଶି ଥିବା ପ୍ରତିକ୍ରିୟାରେ କହିଛନ୍ତି । ଆବାହକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏହି କର୍ମୀମାନେ କାଏମା ଠାରୁ ଏକ ଶୋଭାଯାତ୍ରାରେ ଆସି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚôଥିଲେ । ବିଧାୟକ ପ୍ରଣବ ବଳବନ୍ତରାୟ ସେମାନଙ୍କୁ ବିଜଦ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ଜିଲ୍ଲା ସମ୍ପାଦକ ପ୍ରିୟନାଥ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*